ପୂର୍ବ ଶତ୍ରୁତାରୁ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ

ଖୋର୍ଦ୍ଧା: ପୂର୍ବ ଶତୃତାରୁ ବିଭତ୍ସ ହତ୍ୟା । ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଦୁଇ ଭାଇଙ୍କୁ ହାଣି ଥିବା ବେଳେ ସାନର ମୃତ୍ୟୁ ହୋଇଛି । ରକ୍ତ ଜୁଡୁବୁଡ଼ ଅବସ୍ଥାରେ ବଡ ଭାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛି ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ସାନକୁମାରୀ ଗାଁରେ ଏହି ଘଟଣା ଘଟିଛି। ମୃତକ ହେଉଛନ୍ତି ସାନକୁମାରୀ ଗାଁର ବିପିନ ରାଉତ ଓ ଗୁରୁତର ଜଣକ ତାଙ୍କ ବଡ଼ ଭାଇ ବିକ୍ରମ ରାଉତ।

Odisha

ସୂଚନା ଅନୁସାରେ ସାନକୁମାରୀ ଛକରେ କିଛି ଦୁର୍ବୃତ୍ତ ହଠାତ୍ ୨ ଭାଇଙ୍କୁ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡ଼ୁ ଅବସ୍ଥା ସାନ ଭାଇ ବିପିନ ପଡ଼ିଥିବା ବେଳେ ଲୋକ ବାଙ୍କୋଇ ଫାଣ୍ଡିରେ ସୂଚନା ଦେଇଥିଲେ । ପୋଲିସ ବିପିନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସେପଟେ ଗୁରୁତର ଅବସ୍ଥାରେ ବଡ଼ଭାଇ ବିକ୍ରମକୁ ରାଜସୁନାଖଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ଯୁବକ ଫେରାର ଥିବା ବେଳେ ବୋଲଗଡ଼ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଆକ୍ରମଣକାରୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ଓ ଆକ୍ରମଣକାରୀଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+