ସାମ୍ବାଦିକଙ୍କ ପୁଅଙ୍କ ମୃତହେହ ଉଦ୍ଧାର ଘଟଣା: କାଲି ହୋଇଥିଲେ ଅପହରଣ, ଆଜି ମିଳିଲା ମୃତଦେହ
ଆଜି ପାତ୍ରପଡାର ଏକ ପୋଖରୀରୁ ମିଳିଥିବା ମୃତଦେହ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନରାଗଙ୍କର ବୋଲି ଜଣାପଡିଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଭୁବନେଶ୍ୱର: ଆଜି ପାତ୍ରପଡାର ଏକ ପୋଖରୀରୁ ମିଳିଥିବା ମୃତଦେହ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନରାଗଙ୍କର ବୋଲି ଜଣାପଡିଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ସ୍ଥାନୀୟ ପୋଲିସ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି ।

ତେବେ ଗତକାଲି ରାତିରୁ ଅନୁରାଗ ନିଖୋଜ ଥିଲେ। କିନ୍ତୁ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ପୁଅର ମୃତ୍ୟୁ ନେଇ ଖୋଦ୍ ନବୀନ ଦାସ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ମନୀଷଙ୍କ ପରିବାର ପକ୍ଷରୁ ଗତକାଲି ରାତିରେ ଇନଫୋସିଟି ଥାନାରେ ଏକ ଅପହରଣ ମାମଲା ରୁଜୁ ହୋଇଥିଲା । ମନୀଷ ଗତକାଲି ସଂଧ୍ୟାରେ ଘରୁ ଦୁଇଜଣ ଯୁବକଙ୍କ ସହିତ କାରରେ ବାହାରକୁ ଯାଇଥିଲେ । କିଛି ଘଣ୍ଟା ପରେ ତାଙ୍କୁ କେହି ଟଙ୍କା ମାଗୁଥିବା ନେଇ ମନୀଷ ବାପାକୁ ଫୋନ କରି କହିଥିଲେ । ସେତେବେଳେ ମନୀଷଙ୍କ କହିବା ଅତ୍ୟନ୍ତ ଅସ୍ପଷ୍ଟ ଥିଲା ।
ତେବେ ତାପରଠାରୁ ମନୀଷଙ୍କ ସହ ପରିବାରର ଆଉ ଯୋଗାଯୋଗ ହୋଇପାରିନଥିଲା । ଗତ କାଲି ଭୋର ୪ଟାରେ ତାଙ୍କ ମୋବାଇଲ ସୁଇଚଅଫ ମଧ୍ୟ ହୋଇ ଯାଇଥିଲା । ଆଜି ପାତ୍ରପଡାର ଏକ ପୋଖରୀରୁ ମୃତ ଦେହ ଉଦ୍ଧାର ହୋଇଛି । ତେଣୁ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଉଲ୍ଲେଖଯୋଗ୍ୟ ଯେ, ସାମ୍ବାଦିକ ନବୀନ ଦାସ ଦୈନିକ ଓଡ଼ିଆ 'ନିର୍ଭୟ'ର ସମ୍ପାଦକ ।
ପୁଅ ମଧ୍ୟ ନିର୍ଭୟ ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ । ଆସନ୍ତା ମାସରେ ତାଙ୍କର ବାହାଘର ହେବା ନେଇ ସ୍ଥିର ହୋଇଥିଲା ।












Click it and Unblock the Notifications