ଜିନ୍ଦଲ ଲଜିଷ୍ଟିକାଲ ମ୍ୟାନେଜରଙ୍କୁ ନିର୍ମମ ଭାବେ ହତ୍ୟା: କିଏ ଓ କାହିଁକି ହତ୍ୟା କଲା ? ବଢୁଛି ସସପେନ୍ସ
ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ନିକଟ ଜିନ୍ଦଲ ଗେଷ୍ଟ ହାଉସରୁ ଲଜିଷ୍ଟିକାଲ ମ୍ୟାନେଜର ମୋତିଲାଲ ପାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ନିକଟ ଜିନ୍ଦଲ ଗେଷ୍ଟ ହାଉସରୁ ଲଜିଷ୍ଟିକାଲ ମ୍ୟାନେଜର ମୋତିଲାଲ ପାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଥିବା ଅଭିଯୋଗ ହୋଇଛି ।

ମୋତିଲାଲ ବରସୁଆଁ ନିକଟରେ ଥିବା ଜିନ୍ଦଲ ଗେଷ୍ଟ ହାଉସରେ କିଛି ଦିନ ହେବ ରହୁଥିଲେ। ଜିନ୍ଦଲ କମ୍ପାନୀର ଏକ ବ୍ରାଞ୍ଚ ଟେନସାରେ ରହିଛି। ସେ ଏହି ଗେଷ୍ଟ ହାଉସରେ ରହି ଅଫିସ ଯିବା ଆସିବା କରୁଥିଲେ। ଆଜି ସକାଳେ ତାଙ୍କ ମୃତଦେଦ ରକ୍ତାକ୍ତ ଅବସ୍ଥା ପଡ଼ିଥିବା ଗେଷ୍ଟ ହାଉସର ୱେଟର ଦେଖିଥିଲା । ଖବର ପାଇ ଲହୁଣିପଡା ଥାନା ପୋଲିସ ସାଇନଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି ।
ତେବେ କିଏ ଓ କାହିଁକି ଲଜିଷ୍ଟିକାଲ ମ୍ୟାନେଜରଙ୍କୁ ହତ୍ୟା କଲା । ହତ୍ୟା ପଛର କାରଣ କଣ କିଛି ଜଣାପଡି ନାହିଁ । ଜିନ୍ଦଲ ଅଧିକାରୀଙ୍କୁ ହତ୍ୟା ଖବର ଅଞ୍ଚଳରେ ଚାଞ୍ଚଲଯ ଖେଳାଇ ଦେଇଛି । ବରସୁଆଁ ରେଳ ସାଇଡିଂ ଠାରେ ଗତବର୍ଷଠୁ ବହୁ ସମୟରେ ଉତେଜନା ଲାଗି ରହିଥିଲା । ତେଣୁ ଜିନ୍ଦଲ ଅଧିକାରୀଙ୍କ ହତ୍ୟା ପଛରେ ଏହି ବିବାଦ ଥିବା ଅନୁମାନ କରାଯାଉଛି ।












Click it and Unblock the Notifications