Get Updates
Get notified of breaking news, exclusive insights, and must-see stories!

ସ୍ତ୍ରୀକୁ ହାଣି ଦୁଇ ଖଣ୍ଡ କଲା ସ୍ବାମୀ, କଟା ମୁଣ୍ଡ ଧରି ଫେରିଲା ଘରକୁ...

ଗଜପତି: ସ୍ତ୍ରୀର ମୁଣ୍ଡଗଣ୍ଡି ଅଲଗା କରିଦେଲା ସ୍ୱାମୀ । ବିଲ ମଝିରେ ପତ୍ନୀକୁ ହତ୍ୟା କରି କଟା ମୁଣ୍ଡ ଧରି ଘରକୁ ଫେରିଲା ଜହ୍ଲାଦ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗାଁରେ ।

ମୃତ ମହିଳା ଜଣଙ୍କ ହେଲେ ଉର୍ମିଳା କାର୍ଜି । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଆରମ୍ଭ ହୋଇଛି । ପାରିବାରିକ କଳହରୁ ଏଭଳି ଭୟଙ୍କର ସ୍ଥିତି ଉପୁଜିଥିବା ସୂଚନା ମିଳିଛି ।

Crime

ସୂଚନା ଅନୁସାରେ, ଆଜି ସକାଳେ ସ୍ୱାମୀ ଚନ୍ଦ୍ରଶେଖର ଓ ସ୍ତ୍ରୀ ଉର୍ମିଳା ବଗଡକୁ ଚାଷ କାର୍ଯ୍ୟ କରିବାକୁ ଯାଇଥିଲେ। ବିଲରେ କାମ କରୁଥିବା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ଉଗ୍ରରୂପ ନେଇଥିଲେ । ଚନ୍ଦ୍ରଶେଖର ଉତ୍କ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହତ୍ୟା କରିଥିଲା । ଏତିକିରେ ଚନ୍ଦ୍ରଶେଖରର ରାଗ ଶାନ୍ତ ହୋଇନଥିଲା ।

ପରେ ସ୍ତ୍ରୀର ମୁଣ୍ଡଗଣ୍ଡିକୁ ଧାରୁଆ ଅସ୍ତ୍ରରେ ହାଣି ଅଲଗା କରି ଦେଇଥିଲା । ପରେ ସ୍ତ୍ରୀର ମୁଣ୍ଡକୁ ଆଣି ନିଜ ଘର ଦୁଆର ବନ୍ଧରେ ଥୋଇ ଦେଇଥିଲା । ଗ୍ରାମବାସୀ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ । ଉଭୟଙ୍କ ବିବାହ ୪ବର୍ଷ ହୋଇଥିବା ବେଳେ ପ୍ରତିଦିନ କିଛି ନା କିଛି କାରଣରୁ ଝଗଡା ଲାଗିରହୁଥିଲା । ଆଉ ଏବେ ପୁଣି ଚାଷ ଜମିରେ ଝଗଡା ବେଳେ ସ୍ତ୍ରୀ ମୁଣ୍ଡ କାଟି ଦେଇଛି ସ୍ୱାମୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+