ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ପ୍ରତିକ୍ରିୟା ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଗୃହରେ ପ୍ରତିକ୍ରିୟା ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ଏହା ଏକ ଦୁଃଖଦ ଓ ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି ମନ୍ତ୍ରୀ।
ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଗୃହରେ ପ୍ରତିକ୍ରିୟା ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ଏହା ଏକ ଦୁଃଖଦ ଓ ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି ମନ୍ତ୍ରୀ। ଉପଯୁକ୍ତ ତଦନ୍ତ ପାଇଁ ୩ଟି ଟିମ୍ ଗଠନ କରିଛି କମିଶନରେଟ ପୋଲିସ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶିକ୍ଷାନୁଷ୍ଠାନରେ ରାଂଗିଙ୍କୁ ପ୍ରତିହତ କରିବା ପାଇଁ ଗୃହବିଭାଗ ପକ୍ଷରୁ ଜାରି ହୋଇଥିବା ଏସଓପିକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏ ବିଷୟରେ ପରିବାରର ସଦସ୍ୟ,ମୃତକଙ୍କ ଅଭିଭାବକଙ୍କ ଦ୍ୱାରା ଉଠାଯାଇଥିବା ତଥ୍ୟ ଓ ଚିଠିରେ ଲିଖିତ ସମସ୍ତ ଦିଗକୁ ତଦନ୍ତରେ ସାମିଲ କରାଯାଇଛି । ମାମଲାକୁ ଗୁରୁତର ସହ ଗ୍ରହଣ କରି ହଷ୍ଟେଲ ସୁପରିଟେଣ୍ଡେଟ, କଲେଜ ପ୍ରିନ୍ସିପାଲ, ମାଟ୍ରନ ଓ ହଷ୍ଟେଲରେ ଥିବା ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରାଯାଇଛି । ନିଜେ ଡିସିପି ଏହାର ତଦାରଖ କରୁଛନ୍ତି। ଏ ଦିଗରେ ମୁଖ୍ୟମନ୍ତ୍ରୀ ଅପରାଧ ଓ ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅଭିମୁଖ୍ୟକୁ ବଜାୟ ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନାଥାଉ କି, ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ । ନାରାବାଜି ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ପ୍ରଶ୍ନକାଳ ।












Click it and Unblock the Notifications