For Quick Alerts
Turn On Notification  
For Daily Alerts
Oneindia App Download

ବଦନାମ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ବିଜେଡିରୁ ବହିଷ୍କୃତ ହୋଇଥିବା ବଦନାମ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

|

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଥିବା ବଦନାମ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଜାଲିଆତି, ଠକେଇ ଓ ଅପରାଧିକ ଷଡଯନ୍ତ୍ର ଭଳି ସଙ୍ଗୀନ ଦଫାରେ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପ୍ରଦୀପଙ୍କ ବିରୋଧରେ 419, 420, 467, 468, 469 ଓ 120-ବି ଭଳି ଦଫା ଲଗାଇଛି କ୍ରାଇମବ୍ରାଞ୍ଚ । ଗିରଫ ପରେ ତାଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି । ଗୋପାଳପୁରରେ ଚାଲିଥିବା ଟାଟା ପ୍ରକଳ୍ପ ପାଇଁ ଲୋକଙ୍କୁ ଚାକିରି ଦେବାର ପ୍ରତିଶୃତି ଦେଇ ଆକାଶ ପାଠକଙ୍କ ନାଁରେ ଟଙ୍କା ଆଦାୟ କରୁଥିଲେ ପ୍ରଦୀପ । କ୍ରାଇମବ୍ରାଞ୍ଚର ଟିମ୍ ଏହି ମାମଲାରେ ବ୍ରହ୍ମପୁର ଯାଇ ତନାଘନା କରିଥିଲା ।

ପ୍ରଦୀପ ପାଣିଗ୍ରାହୀ

ପରେ ସମସ୍ତ ତଥ୍ୟ ଓ ପ୍ରମାଣକୁ ନେଇ କ୍ରାଇମବ୍ରାଞ୍ଚ ଆଜି ସନ୍ଧ୍ୟାରେ ପ୍ରଦୀପଙ୍କୁ ତାଙ୍କ ସରକାରୀ ବାସଭବନରୁ ଉଠାଇ ଆଣିଥିଲା । କ୍ରାଇମବ୍ରାଞ୍ଚର ସାଇବର ଥାନାରେ ତାଙ୍କୁ ଅଟକ ରଖିବା ପରେ ଗିରଫ କରିଥିବା କ୍ରାଇମବ୍ରାଞ୍ଚ । ଏଠାରେ ସୂଚନାଥାଉକି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପ୍ରଦୀପଙ୍କ ଜ୍ୱାଇଁ ଆକାଶ ପାଠକ ଓ ତାଙ୍କ ବାପା ଅଭୟ ପାଠକଙ୍କୁ ଗିରଫ କରିଛି । ଏବେ ଏହି ମାମଲାର ଏସଆଇଟି ତଦନ୍ତ କରାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Gopalpur MLA Pradip Panigrahy Arrested by Crime Branch CID
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X