ବଦନାମ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ବିଜେଡିରୁ ବହିଷ୍କୃତ ହୋଇଥିବା ବଦନାମ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଥିବା ବଦନାମ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଜାଲିଆତି, ଠକେଇ ଓ ଅପରାଧିକ ଷଡଯନ୍ତ୍ର ଭଳି ସଙ୍ଗୀନ ଦଫାରେ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପ୍ରଦୀପଙ୍କ ବିରୋଧରେ 419, 420, 467, 468, 469 ଓ 120-ବି ଭଳି ଦଫା ଲଗାଇଛି କ୍ରାଇମବ୍ରାଞ୍ଚ । ଗିରଫ ପରେ ତାଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି । ଗୋପାଳପୁରରେ ଚାଲିଥିବା ଟାଟା ପ୍ରକଳ୍ପ ପାଇଁ ଲୋକଙ୍କୁ ଚାକିରି ଦେବାର ପ୍ରତିଶୃତି ଦେଇ ଆକାଶ ପାଠକଙ୍କ ନାଁରେ ଟଙ୍କା ଆଦାୟ କରୁଥିଲେ ପ୍ରଦୀପ । କ୍ରାଇମବ୍ରାଞ୍ଚର ଟିମ୍ ଏହି ମାମଲାରେ ବ୍ରହ୍ମପୁର ଯାଇ ତନାଘନା କରିଥିଲା ।

ପରେ ସମସ୍ତ ତଥ୍ୟ ଓ ପ୍ରମାଣକୁ ନେଇ କ୍ରାଇମବ୍ରାଞ୍ଚ ଆଜି ସନ୍ଧ୍ୟାରେ ପ୍ରଦୀପଙ୍କୁ ତାଙ୍କ ସରକାରୀ ବାସଭବନରୁ ଉଠାଇ ଆଣିଥିଲା । କ୍ରାଇମବ୍ରାଞ୍ଚର ସାଇବର ଥାନାରେ ତାଙ୍କୁ ଅଟକ ରଖିବା ପରେ ଗିରଫ କରିଥିବା କ୍ରାଇମବ୍ରାଞ୍ଚ । ଏଠାରେ ସୂଚନାଥାଉକି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପ୍ରଦୀପଙ୍କ ଜ୍ୱାଇଁ ଆକାଶ ପାଠକ ଓ ତାଙ୍କ ବାପା ଅଭୟ ପାଠକଙ୍କୁ ଗିରଫ କରିଛି । ଏବେ ଏହି ମାମଲାର ଏସଆଇଟି ତଦନ୍ତ କରାଯାଉଛି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications