ଟ୍ୟୁସନରୁ ଫେରିବାବେଳେ ଯୁବତୀଙ୍କୁ ଅପହରଣ, ୮ ଦିନ ହେବ ମିଳୁନି ପତ୍ତା
ଭଦ୍ରକ: ଟ୍ୟୁସନରୁ ଫେରୁଥିବା ବେଳେ ରାସ୍ତା ମଝିରୁ ଯୁବତୀଙ୍କୁ ଅପହରଣ । ୮ ଦିନ ହେବ ମିଳୁନି ପତ୍ତା । ଅପହରଣର ଭିଡିଓ ସିସିଟିଭିରେ କଏଦ ହୋଇଥିଲେ ବି ପୋଲିସ୍ ହାତ ଖାଲି। ଅଭିଯୋଗ ଓ ଆକୁଳ ନିବେଦନ ପରେ ଅପହରଣକାରୀଙ୍କୁ ଧରିବାକୁ ପୋଲିସ ତତ୍ପରତା ପ୍ରକାଶ କରୁନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଘଟଣାଟି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ ଘଟିଛି।

ମହୁଲିଆ ଛକ ନିକଟରେ ଥିବା ସିମେଣ୍ଟ ଦୋକାନରୁ ଝିଅ ଅପହରଣ ବେଳର ସିସିଟିଭି ଫୁଟେଜ ମିଳିଛି । ଅପହରଣ କରିଥିବା ଯୁବକ ଜଣକ ମତୋ ପରମାନନ୍ଦପୁର ଗାଁର ପୃଥୀରାଜ କରଣ ବୋଲି ବି ପରିବାର ଲୋକେ କହିଛନ୍ତି । ମାତ୍ର ପୋଲିସ ପରିବାରର ଅଭିଯୋଗ ଭିତ୍ତିରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିବା କୁହାଯାଉଛି ।
ଟ୍ୟୁସନରୁ ଫେରୁଥିଲେ ଯୁବତୀ
ଅଭିଯୋଗ ଅନୁସାରେ ଗତ ୧୯ତାରିଖ ସକାଳେ ଚାନ୍ଦବାଲି ଅଞ୍ଚଳର ଯୁବତୀ ଜଣକ ଟ୍ୟୁସନରୁ ଫେରୁଥିଲେ । ହେଲେ ଘରେ ପହଞ୍ଚି ନଥିଲେ । ଝିଅ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଟ୍ୟୁସନ ସାରଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର ଝିଅ ଏକ ଟାଟା ମ୍ୟାଜିକ୍ରେ ଘରକୁ ଯାଇଥିବା ସେ କହିଥିଲେ। ତେବେ ଘରେ ନପହଞ୍ଚିବାରୁ ବହୁ ଖୋଜାଖୋଜି ପରେ ଝିଅ ନିଖୋଜ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ମତୋ ପରମାନନ୍ଦପୁର ଗାଁର ପୃଥିରାଜ କରଣ ଝିଅକୁ ବିଭିନ୍ନ ସମୟରେ ହଇରାଣ କରୁଥିଲା। ସେ ହିଁ ଝିଅକୁ ଅପହରଣ କରିଛି। ହେଲେ ପୋଲିସ୍ ନିକଟରେ ଅଭିଯୋଗ କରିବା ପରେ ବି ପୋଲିସ୍ ଆଜି ଧରିବ, କାଲି ଧରିବ ବୋଲି କହୁଛି।


Click it and Unblock the Notifications