ଧରା ପଡ଼ିଲା ଠକ ତାନ୍ତ୍ରିକ, ଭୂତ ଛଡ଼ାଇବ କହି ୬୨ ଲକ୍ଷ ଟଙ୍କାର ଚୁନ ଲଗାଇ ଥିଲା

କଟକ: ପୋଲିସ ହାତରେ ଧରା ପଡିଲା ଠକ ତାନ୍ତ୍ରିକ । ଭୂତ ଛଡ଼ାଇବ କହି ୬୨ ଲକ୍ଷ ଟଙ୍କାର ଚୁନ ଲଗାଇ ଥିଲା । କଟକ ମଙ୍ଗଳାବାଗ ଅଞ୍ଚଳର ଏହି ଠକ ତାନ୍ତ୍ରିକ କୈଫିକ ଖାନଙ୍କୁ ଗିରଫ କରାଯାଇଛି ।

Odisha

ତା ପାଖରୁ ଦାମୀ କାର୍‌, ନକଲି ହୀରା, ସୁନା, ରୁପା ଓ ଅନ୍ୟାନ୍ୟ ଷ୍ଟୋନ୍‌ ଜବତ କରିଛି ପୋଲିସ । ସେ ଅନେକ ଲୋକଙ୍କୁ ଏମିତି ଠକିଥିବା ପୋଲିସ୍ କହିଛି । ପୋଲିସର କହିବା ଅନୁସାରେ ତାନ୍ତ୍ରିକ ମୌଲାନା କୈଫି ଖାନ୍‌ ଜଣେ ପେସାଦାର ଠକ। ଗୁଣିଗାରେଡି କରି ଘରୁ ଗୁପ୍ତଧନ ବାହାର କରିଦେବ ବୋଲି କହି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରୁଥିଲା। ଆଉ ତାର ସେହି ଚାଲରେ ଫସି ଯାଇଥିଲେ ମଙ୍ଗଳବାଗ ଥାନା ଅଞ୍ଚଳର ଜଣେ ମହିଳା ।

ତେବେ ପୋଲିସ ଠକ ତାନ୍ତ୍ରିକଠାରୁ ନଗଦ ୨୭୬୦୦ ଟଙ୍କା, ଗୋଟିଏ ବୁଲେଟ୍‌, ଦୁଇଟି ଲକ୍‌ଜୁରିୟସ୍‌ କାର୍‌, ୭୦ଟି ନୂଆ ମୋବାଇଲ୍‌, ୨୦ଟି ଦାମି ଘଣ୍ଟା, ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ବୁକ୍‌, ୧୩ଟି ବୀମା ପଲିସି, ହୀରା ଓ ବ୍ରୋଞ୍ଜ ପରି ଦେଖା ଯାଉଥିବା ପଦାର୍ଥ ଏବଂ ଅନ୍ୟାନ୍ୟ ପଦାର୍ଥ ଜବତ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+