ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ
ଫୁଲବାଣୀ: ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା । ପୋଲିସ ଇନଫର୍ମର ସନ୍ଦେହରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ ।

କନ୍ଧମାଳ ଜିଲ୍ଲା ଫରିଙ୍ଗିଆ ଥାନା ସୁମରବନ୍ଦର ଗାଁରେ ୩ ଜଣ ସଶସ୍ତ୍ର ମାଓବାଦୀ ଗାଁ ଭିତରେ ପଶି ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଡ଼ାକି ନେଇଥିଲେ । ଘର ଠାରୁ ୨୦୦ ମିଟର ଦୂରରେ ୫ ରାଉଣ୍ଡ ଗୁଳି କରି ସୁବଳଙ୍କୁ ହତ୍ୟା କରିଥିଲେ । ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିବା ପରେ ଘଟଣା ସ୍ଥଳରେ କିଛି ପୋଷ୍ଟର ଛାଡ଼ି ଯାଇଥିବା ସୂଚନା ରହିଛି ।
ତେବେ ପୂର୍ବରୁ ପୂର୍ବତନ ସରପଞ୍ଚଙ୍କୁ ନକ୍ସଲମାନେ ଧମକ ଦେଇଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣ ସ୍ଥଲକୁ ଯାଇ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରିଛି । ଅନ୍ୟପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସାଉଲପଡା ଗାଁ ଭୟରେ ଜନଶୂନ୍ୟ ହୋଇଯାଇଥିବା ଜଣାପଡ଼ିଛି ।












Click it and Unblock the Notifications