Get Updates
Get notified of breaking news, exclusive insights, and must-see stories!

ନକଲି ଔଷଧ ମାମଲା: ବିହାରରୁ ଗିରଫ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଓଡି଼ଶା ଆଣିଲା ପୋଲିସ

କଟକ ନକଲି ଔଷଧ ମାମଲାରେ ବିହାରରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଓଡ଼ିଶା ଆଣିଲା ପୋଲିସ । ଗୟାରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଧରି କଟକରେ ପହଞ୍ଚିଲା ପୋଲିସ । ଶନିବାର ଦିନ ଵିହାରର ଗୟାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ଭୁବନେଶ୍ୱର: କଟକ ନକଲି ଔଷଧ ମାମଲାରେ ବିହାରରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଓଡ଼ିଶା ଆଣିଲା ପୋଲିସ । ଗୟାରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଧରି କଟକରେ ପହଞ୍ଚିଲା ପୋଲିସ । ଶନିବାର ଦିନ ଵିହାରର ଗୟାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଏବେ ଦୁଇ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି କଟକ ପୋଲିସ ।

Fake Medicine

ସୂଚନାଥାଉ କି, ନକଲି ମେଡିସିନ ଘଟଣାର ତଦନ୍ତ ପାଇଁ ବିହାର ଯାଇଥିଲା କମିଶନରେଟ୍ ପୋଲିସ । ବିହାର ଯାଇଥିବା ପୋଲିସ ଟିମ୍କୁ ସଫଳତା ମଳିଥିଲା । ନକଲି ଔଷଧ ଯୋଗାଇ ଦେଉଥିବା ଦୁଇ ବ୍ୟବସାୟୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହାସହ ନକଲି ଔଷଧର ଉତ୍ପାଦନ କେଉଁଠି ହେଉଛି ତାହାକୁ ନେଇ ଜାରି ରହିଛି ତଦନ୍ତ । ନକଲି ଔଷଧର ରାକେଟ୍ ବହୁତ ଲମ୍ବା । ଏହା ସହ ବଡ ବଡ ସହରକୁ ଲମ୍ବିଛି ଏହି ନକଲି ଔଷଧର ଚେର । ଏନେଇ ବିହାର ଯାଇ ତଦନ୍ତ କରୁଥିବା କମିଶନରେଟ୍ ପୋଲିସର କଟକ ଟିମ୍ ହାତରେ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ।

ଉଲ୍ଲେଖଥାଉ କି, କିଛି ଦିନ ତଳେ ଓଡିଶାରେ ନକଲି ଔଷଧ କାରବାର ନେଇ ସୂଚନା ପାଇଥିଲା ପୋଲିସ । ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲେ । ତେବେ ଏହି ଚଢାଉରେ କଟକର କିଛି ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ପରେ ତଦନ୍ତ କରି ଏହି ନକଲି ମେଡିସିନ୍‌ କାରବାରର ଲିଙ୍କ ରାଜ୍ୟ ବାହାରେ ଥିବା ଜଣାପଡିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+