ଗିରଫ ହେଲେ ଠକ ରମେଶ ସ୍ୱାଇଁଙ୍କ ଭଉଣୀ, ଭାଇର 17ଥର ବାହାଘରରେ ନେଇଛନ୍ତି ନଣନ୍ଦ ପୁଟୁଳି
ଗିରଫ ହେଲେ ଠକ ରମେଶ ସ୍ୱାଇଁଙ୍କ ଭଉଣୀ । ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ମାମଲାରେ ପୋଲିସ ସ୍କାନରରେ ରହିଥିଲେ ରମେଶଙ୍କ ପୂରା ପରିବାର ।
ଭୁବନେଶ୍ୱର: ଗିରଫ ହେଲେ ଠକ ରମେଶ ସ୍ୱାଇଁଙ୍କ ଭଉଣୀ । ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ମାମଲାରେ ପୋଲିସ ସ୍କାନରରେ ରହିଥିଲେ ରମେଶଙ୍କ ପୂରା ପରିବାର । ତେବେ ଆଜି ପୋଲିସ ଠକ ରମେଶଙ୍କ ଭଉଣୀଙ୍କୁ ପଚରା ଉଚାରା କରିବା ପାଇଁ ଆଣିଥିଲା । ଉଭୟ ଭାଇ ଭଉଣୀଙ୍କୁ ଆଜି ମୁହାଁମୁହିଁ ଜେରା କରିଥିଲା ପୋଲିସ । କିଛି ସମୟ ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପରେ ରମେଶର ଭଉଣୀଙ୍କୁ ବାନ୍ଧିଥିଲା ପୋଲିସ ।

ରସିକିଆ ନକଲି ଡାକ୍ତର ରମେଶଙ୍କ ଏକାଧିକ ବାହାଘରରେ ତାଙ୍କ ଭଉଣୀଙ୍କ ଭୂମିକା ରହିଛି। ଏପରିକି ଭାଇ ବାହାଘରରେ ମିଳୁଥିବା ଜାନି ଯୌତୁକକୁ ଭାଗବଣ୍ଟା କରି ନେଇଯାଉଥିଲେ। ଅଭିଯୁକ୍ତଙ୍କ ସହ ତାଙ୍କ ଭଉଣୀଙ୍କ ଭିଡିଓ କନଫରେନ୍ସିଂରୁ ମଧ୍ୟ ଏହାର ପ୍ରମାଣ ମିଳିଛି । ଠୋସ୍ ପ୍ରମାଣ ମିଳିବା ପରେ ରଶ୍ମିତାଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଡିସିପି ।
ଅନ୍ୟପକ୍ଷରେ ପ୍ରତିଦିନ ଖୋଲୁଛି ଠକ ନକଲି ଡାକ୍ତର ରମେଶ ସ୍ବାଇଁର ଗୁମର । ରମେଶଙ୍କଠାରୁ ଠକେଇର ସତ ଓଗାରୁଛି ପୋଲିସ । ତେବେ ଏବେ ବି ଭିଣୋଇ ଗଣେଶ ଓ ଡ୍ରାଇଭର ରମେଶ ଫେରାର ଅଛନ୍ତି । ସେପଟେ ଆଜି ସରୁଛି ରମେଶଙ୍କ ରିମାଣ୍ଡ ଅବଧି । ତେଣୁ ଅଧିକ ପଚରା ଉଚରା ପାଇଁ ରମେଶଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ ।
ସେପଟେ ରମେଶଙ୍କ ଦ୍ୱିତୀୟଙ୍କ ପତ୍ନୀଙ୍କ ନାଁରେ ଥିବା ଢେଙ୍କାନାଳ ଜିଲ୍ଲା ଖୁଣ୍ଟୁଣୀରେ ଥିବା ଏକ ଫାର୍ମ ହାଉସରେ ଆଜି ପୁଲିସ୍ ଚଢ଼ାଉ କରୁଥିବା ବେଳେ କାମାକ୍ଷାନଗରରେ ଥିବା ଏକ ଗୁପ୍ତ କୋଠରୀ ବି ଠାବ ହୋଇଛି ।












Click it and Unblock the Notifications