ଗିରଫ ହେଲେ ନକଲି ଡାକ୍ତର ରମେଶ ସ୍ବାଇଁର ଅସଲି ଡାକ୍ତରୀ ପତ୍ନୀ
ଶେଷରେ ଗିରଫ ହେଲେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଅସଲି ଡାକ୍ତରୀ ପତ୍ନୀ । ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୋଲିସ୍ ।
ଭୁବନେଶ୍ୱର: ଶେଷରେ ଗିରଫ ହେଲେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଅସଲି ଡାକ୍ତରୀ ପତ୍ନୀ । ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୋଲିସ୍ । ଅଭିଯୁକ୍ତ ରସିକିଆ ଡାକ୍ତର ରମେଶ ସ୍ବାଇଁର ଦ୍ବିତୀୟ ପତ୍ନୀ ଥିଲେ ରମେଶର ଠକେଇ ସିଣ୍ଡିକେଟରେ ଅନ୍ୟତମ ମୁଖ୍ୟ ସହଯୋଗୀ । ରମେଶଙ୍କ କାରନାମା ପ୍ରଘଟ ପରଠୁ ଗୁଜରାଟର ଜାମନଗରରେ କାର୍ଯ୍ୟରତ ଥିବା କମଳା ଫେରାର ଥିଲେ । ରାଜ୍ୟରେ ତଥା ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିବା ପୋଲିସ୍ ଶେଷରେ ତାଙ୍କୁ ବାନ୍ଧିବାକୁ ସକ୍ଷମ ହୋଇଛି।

ରମେଶର ସମସ୍ତ ଠକେଇ ଟଙ୍କା ଦ୍ବିତୀୟ ପତ୍ନୀଙ୍କ ଆକାଉଣ୍ଟକୁ ଯାଉଥିଲା ବୋଲି ପୋଲିସ ଖୋଳତାଡରୁ ଜଣାପଡିଛି । ଏହି ଠକେଇ ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ପୂର୍ବରୁ ରମେଶ ସହିତ ତାର ଭଉଣୀ, ଡ୍ରାଇଭର ଓ ବିଶ୍ୱ ରଞ୍ଜନ ଦାଶକୁ ଗିରଫ କରିଥିଲା ପୋଲିସ ।
ତେବେ ମିଳିଥିବା ସୂଚନା ଅନୁସାରେ, କମଳାଙ୍କୁ କମିଶନରେଟ ପୋଲିସ୍ ରିମାଣ୍ଡରେ ଆଣି ପଚରାଉଚରା କରିବ । ଏଥିସହ ଆବଶ୍ୟକ ସ୍ଥଳେ ରମେଶଙ୍କ ସହ ତାଙ୍କର ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି। ଏହାଦ୍ୱାରା ଆଉ କ'ଣ କ'ଣ ଗୁମର ସାମନାକୁ ଆସିବ ତାହା ଦେଖିବାକୁ ବାକି ରହିଲା।
୧୯ ମହିଳାଙ୍କ ସ୍ୱାମୀ ରମେଶ ୧୯୮୨ ମସିହାରେ କରିଥିଲେ ପ୍ରଥମ ବିବାହ। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ କମଳା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ଦୁଇ ପିଲା ଅଛନ୍ତି। କମଳାଙ୍କ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲେ । ରମେଶ ନିଜ ଦ୍ୱିତୀୟ ପତ୍ନୀ କମଳାଙ୍କ ଜାଣତରେ ଅନ୍ୟ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଏଥିରେ ରମେଶଙ୍କୁ ଭରପୁର ସାହାଯ୍ୟ, ସହଯୋଗ ଯୋଗାଇ ଆସୁଥିଲେ କମଳା।












Click it and Unblock the Notifications