ମାଟ୍ରିକ ପାସ ନକରି ବି ବନିଥିଲା ଡାକ୍ତର, ୧୭ ନୁହେଁ ଅଧିକ ବିବାହ ପାଇଁ କରିଥିଲେ ତାରିଖ ଫିକ୍ସ
ଗିରଫ ପରେ ନକଲି ରସିକ ଡାକ୍ତରଙ୍କ ଗୁମର ଖୋଲିବାରେ ଲାଗିଛି । ବିଭିନ୍ନ ରାଜ୍ୟ ବୁଲି ବୁଲି ୧୭ ଜଣ ସ୍ତ୍ରୀଙ୍କୁ ବିବାହ କରିଥିବା ଏହି ରଙ୍ଗୀନ ମିଜାଜର ଡାକ୍ତର ବାବୁ ମାଟ୍ରିକ ମଧ୍ୟ ପାସ କରିନାହିଁ ।
ଭୁବନେଶ୍ୱର: ଗିରଫ ପରେ ନକଲି ରସିକ ଡାକ୍ତରଙ୍କ ଗୁମର ଖୋଲିବାରେ ଲାଗିଛି । ମାଟ୍ରିକ୍ ପାସ୍ କରିନାହିଁ। କିନ୍ତୁ ସେ ଡାକ୍ତର। ବିଭିନ୍ନ ରାଜ୍ୟ ବୁଲି ବୁଲି ୧୭ ଜଣ ସ୍ତ୍ରୀଙ୍କୁ ବିବାହ କରିଥିବା ଏହି ରଙ୍ଗୀନ ମିଜାଜର ଡାକ୍ତର ବାବୁ ମାଟ୍ରିକ ମଧ୍ୟ ପାସ କରିନାହିଁ ।

୧୭ ଜଣ ପତ୍ନୀଙ୍କ ପରେ ଅନେକ ମହିଳାଙ୍କୁ ବିବାହ ପାଇଁ ତାରିଖ ଫିକ୍ସ କରିଥିଲେ ନକଲି ଡାକ୍ତର ରମେଶ ସ୍ୱାଇଁ । ହେଲେ ତା' ପୂର୍ବରୁ କମିଶନରେଟ୍ ପୁଲିସ୍ ହାବୁଡ଼ରେ ପଡ଼ିଗଲା ରସିକିଆ ଡାକ୍ତର ରମେଶ ସ୍ୱାଇଁ। ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ ବର୍ତ୍ତମାନ ଜେଲ୍ରେ ଥିବା ବେଳେ ତାଙ୍କ ନାଁରେ ପ୍ରତିଦିନ ଯୋଡ଼ି ହୋଇଯାଉଛି ନୂଆ ନୂଆ କଥା।
ରମେଶରେ କଟକ ଜିଲ୍ଲା ବଡ଼ମ୍ବାରେ ଦୁଇଟି କ୍ଲିନିକ ଅଛି। ଦୀର୍ଘ ମାସ ଧରି କର୍ମଚାରୀଙ୍କୁ ଦରମା ଦେଇ ନଥିଲେ। ଜଣେ ଡାକ୍ତରଙ୍କ ପୁଅକୁ MBBS ସିଟ୍ ଦେବାକୁ ୬୦ ହଜାର ନେଇଥିଲେ। ଭୁବନେଶ୍ୱର ପାତ୍ରପଡ଼ାରେ ଗୋଟିଏ ଘର ଠାବ ହୋଇଥିବା ସୂଚନା ଦେଇଛି ପୋଲିସ୍।
ଏହା ପୂର୍ବରୁ ୨୦୦୬ରେ କେରଳ ଏର୍ନାକୁଲମ୍ ପୋଲିସ ରମେଶକୁ ଗିରଫ କରିଥିଲା । ୧୩ଟି ବ୍ୟାଙ୍କରୁ ୧ କୋଟି ଠକିଥିବା ଅଭିଯୋଗରେ ଗିରଫ ହୋଇଥିଲା । ତା' ପାଖରୁ ୧୨୮ଟି ନକଲି ଆଇ କାର୍ଡ ମିଳିଥିଲା । କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ ହେଲ୍ଥରେ ଡେପୁଟୀ ଡାଇରେକ୍ଟର ଥିବା କହି ଠାକୁଥିଲା । ଛାତ୍ରଙ୍କୁ MBBS କରେଇବା କହି ୨ କୋଟି ଠକିଥିବା ଅଭିଯୋଗରେ ୨୦୧୧ ରେ ହାଇଦ୍ରାବାଦ ଟାସ୍କ ଫୋର୍ସ ଗିରଫ କରିଥିଲା।
ପୋଲିସ୍ ତଥ୍ୟ ଅନୁସାରେ ୧୯୮୨ରେ ରମେଶ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତେବେ ତା' ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲା। ସେ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଇ ମହିଳାଙ୍କୁ ବିବାହ କରୁଥିଲା।
ତେବେ ୨୦୧୮ ମସିହାରେ ସେଣ୍ଟ୍ରାଲ୍ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲା।












Click it and Unblock the Notifications