Get Updates
Get notified of breaking news, exclusive insights, and must-see stories!

ଆବେଗ ପୂର୍ଣ୍ଣ ଭିଡିଓ କରି ମହିଳାଙ୍କୁ ଠକୁଥିଲା ନକଲି ଡାକ୍ତର ରମେଶ ସ୍ୱାଇଁ

ନକଲି ଡାକ୍ତର ରମେଶ ସ୍ୱାଇଁର ନାଁରେ ଯୋଡ଼ି ହୋଇଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି କାହାଣୀ । ସେ ଯୁବତୀଙ୍କୁ ଫସାଇବା ପାଇଁ କରୁଥିଲେ ଇମୋସ୍‌ନାଲ ଡ୍ରାମା । ଆପଣାଉଥିଲେ ନୂଆ ନୂଆ ତରିକା ।

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ୱାଇଁର ନାଁରେ ଯୋଡ଼ି ହୋଇଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି କାହାଣୀ । ସେ ଯୁବତୀଙ୍କୁ ଫସାଇବା ପାଇଁ କରୁଥିଲେ ଇମୋସ୍‌ନାଲ ଡ୍ରାମା । ଆପଣାଉଥିଲେ ନୂଆ ନୂଆ ତରିକା । ବିଶ୍ୱାସ ଜିତିବା ପାଇଁ କ୍ରିଏଟ୍ କରୁଥିଲେ ଇମୋସ୍‌ନାଲ ସିନ୍‌ । ଯାହାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

Odisha Fake Doctor

କମିଶନରେଟ ପୋଲିସ ଜାରି କରିଥିବା ଭିଡିଓରେ ନକଲି ଡାକ୍ତର ଜଣଙ୍କ ବିଭିନ୍ନ ଅଭିନୟ କରୁଛନ୍ତି । କେଉଁଠି ଲୁହ ଝରାଇ କାନ୍ଦୁଛନ୍ତି, ଅନ୍ୟ କେଉଁଠି ସାଲାଇନ୍ ନେଇ ରୋଗୀ ଭଳି ଶୋଇଛନ୍ତି ଏବଂ ଆଉ ଏକ ଭିଡିଓରେ ରଥ ଟାଣୁଛନ୍ତି ନକଲି ଡାକ୍ତର । ଆପଣ ଭାବୁଥିବେ ଏସବୁ ଅଭିନୟ ସେ କାହିଁକି କରୁଛନ୍ତି । ପୋଲିସ ତାଙ୍କୁ ଏ ବିଷୟରେ ପ୍ରଚାର ଉଚରା କରି ଜାଣିବାକୁ ପାଇଛି ।

ସୂଚନାଯୋଗ୍ୟ, ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗ ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁ ପୁଣି ଏବେ ଚର୍ଚ୍ଚାରେ ରହିଛି । ନିକଟରେ ରମେଶ ବିରୋଧରେ ୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କାର ନମ୍ବର ରେଜିଷ୍ଟ୍ରେସନ୍‌ ପାଇଁ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବାରୁ ସହିଦନଗର ଥାନାରେ ରୁଜୁ ହୋଇଥିଲା ମାମଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+