ନିଜକୁ ଡାକ୍ତର ପରିଚୟ ଦେଇ ଠକି ଚାଲିଥିଲେ, ୫ଟି ରାଜ୍ଯରେ ରଖିଥିଲେ ୧୪ ଜଣ ପତ୍ନୀ

ଭୁବନେଶ୍ବର: ଜଣେ କି ଦୁଇଜଣ ନୁହେଁ ଏକ ସାଙ୍ଗରେ ବିବାହ କରିଥିଲେ 14 ଜଣ ମହିଳାଙ୍କୁ । ନିଜକୁ ପରିଚୟ ଦେଇଥିଲେ ଡାକ୍ତର ଭାବରେ । ବିବାହର ପ୍ରଲୋଭନ ଦେଖାଇ ଠକି ଚାଲିଥିଲେ ବିଭିନ୍ନ ମହିଳାଙ୍କୁ । ଟଙ୍କା, ସୁନା, ସମ୍ପତ୍ତି ଲୁଟିବା ପରେ ଗାୟବ ହୋଇ ଯାଉଥିଲେ ପତ୍ନୀଙ୍କ ଠାରୁ । ଏମିତି ଏକ ଠକକୁ ଗିରଫ କରିଛି କୋମିସନରେଟ ପୋଲିସ ।

man marries 14 women

ନିଜକୁ ଡାକ୍ତର ପରିଚୟ ଦେଇ କୋଟି କୋଟି ହଡପ କରିବା ସହ ୫ ରାଜ୍ୟରେ ୧୪ ପତ୍ନୀ ରଖିଥିବା ଖବର ମିଳିବା ପରେ କମିଶନରେଟ୍‌ ପୋଲିସ ତାଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ: କେନ୍ଦ୍ରାପଡା ଭଗବାନପୁରର ରମେଶ ଚନ୍ଦ୍ର ସ୍ଵାଇଁ। ତାଙ୍କୁ ଏବେ ବୟସ ପ୍ରାୟ ୬୦ ହେବ ବୋଲି ସୂଚନା ମିଳିଛି । ସୂଚନା ଥାଉକି, ରମେଶ ଦୀର୍ଘ ୨୦ ବର୍ଷ ହେବ କୋଟି କୋଟି ଟଙ୍କାର ଠକେଇ କରି ଆସୁଥିଲେ । ଏହା ସହ ୫ ରାଜ୍ୟରେ ୧୪ ପତ୍ନୀ ରଖିଥିବା ଜଣାପଡିଛି । ଏହି ୧୪ ଜଣ ସ୍ତ୍ରୀ କେହି କାହା ବିଷୟରେ କିଛି ଜାଣି ନାହାନ୍ତି । ଉକ୍ତ ପତ୍ନୀଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ଓକିଲ ଓ ମଡେଲ। ଠକେଇ ମାମଲାରେ ୨୦୧୧ରେ ଆନ୍ଧ୍ର ପୋଲିସ ଗରିଫ କରିଥିଲା ତାଙ୍କୁ । ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶାରେ ନକଲି ଡାକ୍ତର ରମେଶ ଲିଙ୍କ ଦେଖିବାକୁ ମିଳିଛି । ତେବେ ଏହି ଡାକ୍ତରଙ୍କୁ ବାନ୍ଧିବାରେ କମିଶନରେଟ୍‌ ପୁଲିସ୍‌ ସଫଳ ହୋଇଛି । ଏ ବାବଦରେ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+