ପୋଲିସ ପଞ୍ଝାରେ ନକଲି ଡାକ୍ତର, ବ୍ୟାଙ୍କରୁ ଋଣ ନେଇ ଧରାପଡ଼ିଲେ

ପୋଲିସ ହାତରେ ଧରାପଡିଲା ହାଇ ପ୍ରୋଫାଇଲ ଠକ । କଟକ ବାଦାମବାଡି ଅଞ୍ଚଳରୁ ଏହି ଠକକୁ ଗିରଫ କରିଛି ପୋଲିସ । ନିଜକୁ ଡାକ୍ତର କହି ଏହି ଠକ ଜଣକ ବିଭିନ୍ନ ବ୍ୟାଙ୍କରୁ କାର ଲୋନ ନେଇଥିଲେ ବୋଲି ଜଣାପଡିଛି ।

କଟକ: ପୋଲିସ ହାତରେ ଧରାପଡିଲା ହାଇ ପ୍ରୋଫାଇଲ ଠକ । କଟକ ବାଦାମବାଡି ଅଞ୍ଚଳରୁ ଏହି ଠକକୁ ଗିରଫ କରିଛି ପୋଲିସ । ନିଜକୁ ଡାକ୍ତର କହି ଏହି ଠକ ଜଣକ ବିଭିନ୍ନ ବ୍ୟାଙ୍କରୁ କାର ଲୋନ ନେଇଥିଲେ ବୋଲି ଜଣାପଡିଛି ।

Odisha

ଗିରଫ ହୋଇଥିବା ଅଭିଯୁକ୍ତ କଟକ ଗୋପାଳପୁର ଅଞ୍ଚଳର ସିଦ୍ଧାନ୍ତ ସାର୍ଥକ । ଅଭିଯୁକ୍ତ ଠାରୁ ନକଲି ଆଇ କାର୍ଡ, ପ୍ୟାନ କାର୍ଡ ,ନକଲି ବ୍ୟାଙ୍କ ଖାତା ସମେତ ନକଲି ଷ୍ଟାମ୍ପ ଆଦି ଜବତ କରିଛି ବାଦାମବାଡି ପୋଲିସ । ସିଦ୍ଧାନ୍ତ ନିଜକୁ ପାଟଣା ଏମ୍ସ ଡାକ୍ତର କହି ବ୍ୟାଙ୍କରୁ କାର୍ ଲୋନ ନେଉଥିଲେ ଆଉ ପରିଶୋଧ କରୁନଥିଲେ । ଏହି ଅଭିଯୋଗରେ ଆଜି ସେ ଧରାପଡିଥିଲେ ।

ପୋଲିସ ସୂଚନା ଅନୁସାରେ, ସିଦ୍ଧାର୍ଥ ଜାଲ କାଗଜପତ୍ର ଦେଇ କଟକ ବଜ୍ରକବାଟି ରୋଡରେ ଥିବା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୧୬.୫ ଲକ୍ଷ ଟଙ୍କାର ଲୋନ ନେଇ ଏକ କାର କିଣି ଥିଲେ । ଏହା ପରେ ସେ ସେହି ବ୍ୟାଙ୍କର ବିଭିନ୍ନ ବ୍ରାଞ୍ଚରେ ୧୦ ଲକ୍ଷ ଟଙ୍କାର ଲୋନ ଆବେଦନ ମଧ୍ୟ କରିଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ କାଗଜପତ୍ର ଯାଞ୍ଚ ବେଳେ ସବୁ କାଗଜପତ୍ର ନକଲି ଜାଣିବାକୁ ପାଇଥିଲେ । ଏହାପରେ ବ୍ୟାଙ୍କ ପକ୍ଷରୁ ବାଦାମବାଡ଼ି ଥାନାରେ ଅଭିଯୋଗ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+