ବ୍ଲାକମେଲ କୁଇନ ଅର୍ଚ୍ଚନାଙ୍କୁ ଜେଲ ଭିତରେ ଚାଲିଛି ଜେରା
ଆଜି ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କୁ ଜେଲ ଭିତରେ ଜେରା କରୁଛି ଇଡି଼ । ଜେରା ସମୟରେ ସାମିଲ ଅଛନ୍ତି ଜଣେ ମହିଳା ଅଧିକାରୀଙ୍କ ସହିତ ୪ ଜଣିଆ ଟିମ୍ ।
ଭୁବନେଶ୍ୱର: ଆଜି ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କୁ ଜେଲ ଭିତରେ ଜେରା କରୁଛି ଇଡି଼ । ଜେରା ସମୟରେ ସାମିଲ ଅଛନ୍ତି ଜଣେ ମହିଳା ଅଧିକାରୀଙ୍କ ସହିତ ୪ ଜଣିଆ ଟିମ୍ । ସେହିପରି ଆସନ୍ତାକାଲି ଖଗେଶ୍ୱରଙ୍କୁ ଜେଲରେ ପଚରାଉଚରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ ।

ତେବେ ଅର୍ଚ୍ଚନା ଓ ତାଙ୍କ ସବୁ ସହଯୋଗୀଙ୍କ ସମ୍ପତ୍ତି ହୋଇପାରେ ବାଜ୍ୟାପ୍ତି । ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଇଡି । ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱରର ସମ୍ପତି ବାଜ୍ୟାପ୍ତି ନେଇ ପ୍ରକ୍ରୀୟା ଆରମ୍ଭ ହୋଇଛି । ଏତେ କମ୍ ଦିନରେ କୋଟି କୋଟି ଟଙ୍କା ମାଲିକାଣୀ କିପରି ଅର୍ଚ୍ଚନା ହେଲେ ସେନେଇ ଇଡି ପ୍ରଶ୍ନ କରିବା ସହ ଅର୍ଚ୍ଚନାଙ୍କ ସମ୍ପତ୍ତି ବାଜ୍ୟାପ୍ତି କାହିଁକି ହେବନାହିଁ ବୋଲି ପ୍ରଶ୍ନ କରିଛି । ଏନେଇ ୩ ଜଣଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ କରାଯାଇଛି ।
ସେପଟେ ଅର୍ଚ୍ଚନାଙ୍କୁ ଜେରା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ଗୋଟିଏ ଗୋଟିଏ ଦିନ ଜେରା କରିବା ନେଇ ଇଡି କୋର୍ଟରେ ଆବେଦନ କରିଥିଲା । କୋର୍ଟ ଇଡିର ଆବେଦନକୁ ଗ୍ରହଣ କରିବା ସହ ଜେରା କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
ପୂର୍ବରୁ ବାରମ୍ବାର ଏହି ଘଟଣାରେ ସେମାନଙ୍କୁ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ । ଅନେକଥର ଘଟଣାରେ ସମ୍ପୃକ୍ତି ଥିବା ଶ୍ରଦ୍ଧାଞ୍ଜଳି ଓ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସମେତ କିଛି ଲୋକଙ୍କୁ ମଧ୍ୟ ଇଡି ଜେରା କରିଥିଲା । ନାଗ ଫାଶ ଖୋଲିବାକୁ ଅର୍ଚ୍ଚନା ଓ ଜଗବନ୍ଦୁଙ୍କୁ ଇଡି ରିମାଣ୍ଡରେ ଆଣି ପଚରାଉଚରା କରିଥିଲା । ସମସ୍ତ ପଚରାଉଚରା ପରେ ଇଡି ଅର୍ଚ୍ଚନାଙ୍କ ସମ୍ପତ୍ତି ବାଜ୍ୟାପ୍ତି କାହିଁକି ହେବନାହିଁ ବୋଲି ପ୍ରଶ୍ନ କରିଛି ।
ଏହା ପୂର୍ବରୁ ଅର୍ଥାତ ଗତକାଲି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଇଡିରେ ହାଜର ହୋଇଥିଲେ । ଦୀର୍ଘ ୬ ଘଣ୍ଟା କାଳ ଇଡି ତାଙ୍କୁ ଜେରା କରିଥିଲା । ଅର୍ଚ୍ଚନା ତାଙ୍କ ଘରେ ଭଡାରେ ଥିଲେ । ସେ ସମ୍ପର୍କରେ ଇଡି ତାଙ୍କୁ ପ୍ରଶ୍ନ କରିଥିଲେ ବୋଲି ପ୍ରମୋଦ କହିଥିଲେ ।












Click it and Unblock the Notifications