ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ବିରୋଧରେ ୨୨୪୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଇଡ଼ି
ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଆଜି ଇଡି ଦାଖଲ କରିଛି । ୨୪୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ୪ ଜଣଙ୍କ ନାମ ରହିଛି । ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ
ଭୁବନେଶ୍ବର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଆଜି ଇଡି ଦାଖଲ କରିଛି । ୨୪୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ୪ ଜଣଙ୍କ ନାମ ରହିଛି । ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ଚାର୍ଜସିଟ ଦାଖଲ କରାଯାଇଛି ।

ଚାର୍ଜସିଟରେ ଇଡି ଉଲ୍ଲେଖ କରିଛି ଯେ ଅର୍ଚ୍ଚନା ନାଗ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ । ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ମନି ଲଣ୍ଟ୍ରିଂର ବ୍ୟାପକ ପ୍ରମାଣ ମିଳିଛି । ୩ ଜଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର ହୋଇଛି ।
ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିଳାସମୟ ଘରକୁ ମଧ୍ୟ ଇଡି ଆଟାଚ କରିଛି । ଏହି ଘରର ମୂଲ୍ୟ ୩.୪ କୋଟି ଟଙ୍କା ଆକଳନ କରାଯାଇଛି । କିଛିଦିନ ତଳେ ଇଡି ଉକ୍ତ କୋଠା ମାପଚୁପ କରିଥିଲା ।
ଅନ୍ୟପଟେ କମିସନରେଟ ପୋଲିସରେ ଅର୍ଚ୍ଚନା ନାଗଙ୍କ ନାଁରେ ହୋଇଥିବା ମାମଲାରେ ମଧ୍ୟ ଚାର୍ଜସିଟ ଦାଖଲ ହୋଇସାରିଛି। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କ ବିରୋଧରେ ହୋଇଥିବା ମାମଲାର ଚାର୍ଜସିଟି ଜେଏମ୍ଏଫସି କୋର୍ଟରେ ଦାଖଲ ହୋଇସାରିଛି। ୫୦୧ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅର୍ଚ୍ଚନା ନାଗ ହିଁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି।












Click it and Unblock the Notifications