For Quick Alerts
Turn On Notification  
For Daily Alerts
Oneindia App Download

ନୂଆବର୍ଷରେ ଅଶାନ୍ତ ରାଜଧାନୀ: ବର୍ଷ ଆରମ୍ଭରୁ ବୁଲିଲା ଖଣ୍ଡା

ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀରେ ଦେଖିବାକୁ ମିଳିଛି ଅସାମାଜିକ ତତ୍ବଙ୍କ ଦୌରାତ୍ମ୍ୟ । ପତିଆରା ଜାହିର କରିବାକୁ ରାଜଧାନୀରେ ବୁଲିଛି ଖଣ୍ଡା । ହୋଇଛି ଭଙ୍ଗାରୁଜା । ଯାହାର ଭିଡିଓ କଏଦ ହୋଇଛି ସିସିଟିଭିରେ ।

|

ଭୁବନେଶ୍ବର: ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀରେ ଦେଖିବାକୁ ମିଳିଛି ଅସାମାଜିକ ତତ୍ବଙ୍କ ଦୌରାତ୍ମ୍ୟ । ପତିଆରା ଜାହିର କରିବାକୁ ରାଜଧାନୀରେ ବୁଲିଛି ଖଣ୍ଡା । ହୋଇଛି ଭଙ୍ଗାରୁଜା । ଯାହାର ଭିଡିଓ କଏଦ ହୋଇଛି ସିସିଟିଭିରେ ।

Crime

ଭୁବନେଶ୍ୱର ନୟାପଲ୍ଲୀ ଛକରେ ଜିରୋ ନାଇଟରେ ଆତଙ୍କରାଜ । ସାହି ସାହି ମଧ୍ୟରେ ଗଣ୍ଡାଗୋଳ ହୋଇଛି । ନୂଆ ବର୍ଷ ପାଳନକୁ ନେଇ ଗଣ୍ଡଗୋଳ ହୋଇଛି । ଗାଡି ଭଙ୍ଗାରୁଜା ହୋଇଛି । ଏହା ସହ ଖଣ୍ଡା ବୁଲିଥିବା ମଧ୍ୟ ଦେଖିବାକୁ ମିଳିଛି । ସିସିଟିଭିରେ ଘଟଣାର ପୂରା ଦୃଶ୍ୟ କଏଦ ହୋଇଛି ।

ଗତକାଲି ରାତିରେ କ୍ଲବ ସଦସ୍ୟ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଯାହାର ଆପୋଷ ସମାଧାନ କରାଯାଇଥିଲା । ହେଲେ ବିଳମ୍ବିତ ରାତିରେ ଘଟଣା ପୁଣି ଉଗ୍ରରୂପ ଧାରଣ କରିଥିଲା । ୧୫ରୁ ୨୦ ଯୁବକ ମାରଣାସ୍ତ୍ର ଧରି ସାହିରେ ଆତଙ୍କ ଖେଳାଇଥିଲେ । ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭିତ କରୁଥିବା ଦେଖିବାକୁ ମିଳିଥିଲା । ରାଜଧାନୀର ଉତ୍ପାତ ମଚାଇଥିବା ଏହି ଅସାମାଜିକ ଯୁବକମାନଙ୍କ ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହାକୁ ଆଧାର କରି ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha: Criminal Activity in New Year Zero Night Celebration at Bhubaneswar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X