ଝାରସୁଗୁଡ଼ାରେ ଚାଞ୍ଚଲ୍ୟ; ସ୍ତ୍ରୀ ଓ ଝିଅକୁ ଫାୟାରିଂ କରି ହତ୍ୟା କରିବା ପରେ ନିଜକୁ ଗୁଳି ଗଲେ ବ୍ୟକ୍ତି !

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ଖେଳ ପଡ଼ିଆରେ କାରରୁ ମିଳିଲା ତିନି ଜଣଙ୍କ ମୃତଦେହ । ସ୍ତ୍ରୀ ଓ ଝିଅକୁ ଫାୟାରିଂ କରି ହତ୍ୟା କରିବା ପରେ ନିଜକୁ ଗୁଳି ଗଲେ ବ୍ୟକ୍ତି । ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବାଣୀପାହାଡ଼ ନିକଟରେଏପରି ଘଟଣା ଘଟିଛି । ମୃତକ ହେଲେ ଓରିଏଣ୍ଟ ଥାନା ଅଞ୍ଚଳର କାଳୀନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଓ ଝିଅ ଅର୍ପିତା ରାୟ । ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଛି।

ଆଜି ସକାଳେ ଖେଳପଡ଼ିଆ ଥିବା କାରରୁ ୩ ଜଣଙ୍କ ଗୁଳିବିନ୍ଧ ଉଦ୍ଧାର କରାଯାଇଥିଲା। କାର୍‌ ଭିତରେ ୩ ଜଣ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ କାର୍ ଡୋର୍ ଲକ୍ ଭାଙ୍ଗି ମୃତଦେହକୁ ‌ଉଦ୍ଧାର କରିଥିଲା।

ବ୍ୟକ୍ତି ଜଣଙ୍କ ପ୍ରଥମେ ମା' ଓ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । କାହିଁକି ବ୍ୟକ୍ତି ଜଣଙ୍କ ଏପରି କଲେ ତାର କାରଣ ଜଣାପଡ଼ିନାହିଁ । ପୁଲିସ କାର ଓ ବନ୍ଧୁକ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ଖୋଳତାଡ ଜାରି ରଖିଛି।

crime news

ଗତକାଲି ଠାରୁ ସୁଜିତ ନିଜ ପତ୍ନୀ ଓ ଝିଅକୁ ନେଇ ଘରୁ ବାହାରି ଆସିଥିଲେ । ଦୀର୍ଘ ସମୟ ଧରି ଏମାନଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକେ ନିଖୋଜ ହେବାର ଏତଲା ଦେଇଥିଲେ । ପରେ ପୋଲିସ ସୁଜିତଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍ କରି ଲଖନପୁର ଖେଳପଡିଆରେ ପହଞ୍ଚିଥିଲା । ସେଠାରେ କାର ଭିତରେ ତିନି ଜଣଙ୍କ ମୃତଦେହ ମିଳିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ୩ ଜଣ ଓରିଏଣ୍ଟ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+