ଟଙ୍କା ଓ ସୁନା ପାଇଁ ଜେଜେକୁ ହତ୍ୟା କଲା ନାତି, ରାତିରେ ଶୋଇଥିବା ବେଳେ କାଟି ଦେଲା ବେକ

ଟଙ୍କା ଓ ସୁନା ପାଇଁ ଜେଜେକୁ ହତ୍ୟା କଲା ନାତି । କଟକ ଜିଲ୍ଲା ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ହତ୍ୟାକାଣ୍ଡକୁ ପ୍ରଥମେ ଲୁଟେରାଙ୍କ ଆକ୍ରମଣ ରୂପ ଦେବାକୁ ଚେଷ୍ଟା କରିଥିଲା ନାବାଳକ ଅଭିଯୁକ୍ତ ।

କଟକ: ଟଙ୍କା ଓ ସୁନା ପାଇଁ ଜେଜେକୁ ହତ୍ୟା କଲା ନାତି । କଟକ ଜିଲ୍ଲା ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ହତ୍ୟାକାଣ୍ଡକୁ ପ୍ରଥମେ ଲୁଟେରାଙ୍କ ଆକ୍ରମଣ ରୂପ ଦେବାକୁ ଚେଷ୍ଟା କରିଥିଲା ନାବାଳକ ଅଭିଯୁକ୍ତ । ମାତ୍ର ପୋଲିସ ଦଦନ୍ତ ପରେ ସବୁ ସତ ଓଗାଳିଛି ସେ ।

Odisha Crime News

ସୂଚନା ଅନୁସାରେ, ଲେଣ୍ଡୁରା ଭଗବାନପୁର ଗ୍ରାମର ହୃଷୀକେଶ ମୁଦୁଲି (୬୯) ସ୍ଥାନୀୟ ଅନନ୍ତେଶ୍ବର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର କିରାଣି ଭାବେ କାର୍ଯ୍ଯ କରି ଅବସର ଗ୍ରହଣ କରିଥିଲେ । ପତ୍ନୀ କନକଲତା (୫୮), ଗୋଟିଏ ପୁଅ ଓ ଝିଅକୁ ନେଇ ହୃଷୀକେଶଙ୍କ ପରିବାର। ପୂର୍ବରୁ ଝିଅର ବିବାହ ହୋଇ ଯାଇଥିଲା ବେଳେ ପୁଅ କଟକରେ ରହି ପଢୁଛନ୍ତି । ଘରେ ହୃଷୀକେଶ ଓ ପତ୍ନୀ କନକଲତା(୫୮) ରହୁଥିଲେ। ରାତିରେ ପତିପତ୍ନୀଙ୍କ ସହ ସମ୍ପର୍କୀୟ ନାତି ଓମ୍ ପ୍ରକାଶ ମୁଦୁଲି ତାଙ୍କ ଘରେ ଶୋଇ ଥିଲେ।

ତେବେ ପ୍ରଥମେ ୪ ଦୁର୍ବୃତ୍ତ ଘରେ ପଶି ସବୁ ସୁନା, ଟଙ୍କା ଲୁଟି ଜେଜେଙ୍କୁ ଓ ଜେଜେମା'ଙ୍କୁ ଆକ୍ରମଣ କରିଥିବା ପୋଲିସକୁ କହିଥିଲା ଓମକାର। କେବଳ ସେତିକି ନୁହେଁ, ଭୟଭୀତ ହୋଇ ଯାଇଥିବାରୁ ପଡ଼ୋଶୀଙ୍କୁ ବି ବିଳମ୍ବରେ ଡାକିଥିବା କହିଥିଲା । ମାତ୍ର ପୋଲିସର ସନ୍ଦେହ ଉପୁଜିବାରୁ ତଦନ୍ତ ଆରମ୍ଭ ହୋଇଥିଲା । ପରେ କେବଳ ଟଙ୍କା, ସୁନା ପାଇଁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ଓଁକାର ସ୍ୱୀକାର କରିଛି। ଏପରିକି ନିଜେ ଏକୁଟିଆ ହିଁ ଏହି ସମସ୍ତ କାମ କରିଥିବା ଓଁକାର ନିଜ ଖସିବା ପାଇଁ ବି ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ରଖିଥିଲା ।

ତେବେ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ହୃଷିକେଶ ମୁଦୁଲିଙ୍କ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ତାଙ୍କ ପତ୍ନୀ କନକଲତା ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+