ଗାଡିରୁ ମିଲିଥିଲା ଲକ୍ଷାଧିକ ଟଙ୍କା; ଚାଲିଥିଲା ପଚରାଉଚରା, ଗିରଫ ହେଲେ ବିଡିଓ ମାଡାମ୍

କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଶୁକ୍ରବାର ଗିରଫ ହୋଇଛନ୍ତି । ଗୁରୁବାର ଅପରାହ୍ନରେ ସରକାରୀ ଗାଡ଼ିରେ ସେ ପ୍ରାୟ ୫ ଲକ୍ଷ ଟଙ୍କା ନେଇ ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ବାଟରେ କୋଣସି ସୂତ୍ରରୁ ଖବର ପାଇ ଜୁନାଗଡ଼ ବ୍ଲକ ଜାରିଙ୍ଗ ଛକ ନିକଟରେ ଭିଜିଲାନ୍ସ ବିଭାଗ ମାଡ଼ି ବସିଥିଲା।

ଏହି ସମୟରେ ବିଡିଓଙ୍କ ସରକାରୀ ଗାଡ଼ିରୁ ନଗଦ ୪.୯୨ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଥିବା ବେଳେ ଟଙ୍କାର ସଠିକ୍‌ ଉତ୍ତର ଦେଇ ପାରି ନ ଥିଲେ। ଫଳରେ ଭିଜିଲାନ୍ସ ବିଭାଗ ବିଡିଓ କାର୍ତ୍ତିକଙ୍କୁ ନେଇ ଭବାନୀପାଟଣା କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା କରିଥିଲା। ଅନ୍ୟପଟେ, ବିଡିଓ କାର୍ତ୍ତିିକ ଲକ୍ଷାଧିକ ଟଙ୍କା କେଉଁଠୁ ଆଣିଲେ ଓ କାହାଠୁ ଆଣିଲେ ସେନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିବା ବେଳେ ସେପଟେ କୋରାପୁଟରେ ଥିବା ତାଙ୍କ ପୈତୃକ ବାସଭବନ, ରାୟଗଡ଼ାରେ ଥିବା ସ୍ବାମୀଙ୍କ ଘର, ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଓ ସରକାର ବାସଭବନ ସମେତ ଭୁବନେଶ୍ୱରରେ ଥିବା କୋଠା ଆଦି ସ୍ଥାନରେ ବର୍ତ୍ତମାନ ଚଢ଼ାଉ ଜାରି ରହିଥିଲା। ତେବେ ଆଜି ତାଙ୍କୁ ଗିରଫ କରାଯାଇଛି।

ଭିଜିଲାନ୍ସ ଅଧିକାରୀଙ୍କ କହିବା ମୁତାବକ, ବିଡିଓ ଅକ୍ଷମିତା କାର୍ତ୍ତିକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି । ଦୁର୍ନୀତି ଅଭିଯୋଗରେ
ତାଙ୍କ ବିରୋଧରେ ଦୁଇଥର ବିଭାଗୀୟ ତଦନ୍ତ ମଧ୍ୟ ହୋଇଛି । ଏପରିକି ପୁଲିସ କେସ୍ ମଧ୍ୟ ହୋଇଥିଲା ।

odisha crime news

ଭବାନୀପାଟଣାରେ ଚାଲିଥିବା ରିଭ୍ୟୁ ମିଟିଂ ସାରି ଫେରୁଥିବା ବେଳେ ବିଡିଓଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଯାଞ୍ଚ ବେଳେ ବିଡିଓଙ୍କ ଗାଡ଼ିରୁ ମିଳିଲା ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଏବେ ଭିଜିଲାନ୍ସର ୪ଟି ଟିମ୍‌ ବିଡିଓ ଘର, ଅଫିସ୍‌, ସରକାରୀ ଘର ଓ ଭୁବନେଶ୍ୱର ସ୍ଥିତ ଫ୍ଲାଟ୍‌ରେ ଚଢ଼ଉ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+