ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ୧୯, ୬୦୦ ଟ୍ୟାବ୍ ଜବତ; କେଉଁଠୁ ଆସିଛି ଓ କାହାକୁ ଦିଆଯାଇଥାନ୍ତା ?

ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ବିପୁଳ ଟ୍ୟାବ୍ ଜବତ ହୋଇଛି। ଏକ କଣ୍ଟେନରରୁ ୮ଟି ଇନୋଭା ଗାଡ଼ିରେ ଲୋଡ୍‌ ବେଳେ ଲୋକ ଧରିଛନ୍ତି । ମୋଟ ୧୯, ୬୦୦ ଟାବ୍‌ଲେଟ୍‌ ଧରି ପୋଲିସ ଜିମା ଦେଲେ ଲୋକେ। ତେବେ ଟାବ୍‌ଲେଟ୍‌ ଗୁଡ଼ିକ କେଉଁଠୁ ଆସିଛି ଓ କାହାକୁ ଦିଆଯାଇଥାନ୍ତା, ଉଠିଲା ପ୍ରଶ୍ନ।

ମୁଖ୍ୟମନ୍ତ୍ରୀ ଓ 5Tର ଫଟୋ ଏହି ଟ୍ୟାବରେ ରହିଛି । ତେଣୁ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରାଯାଇଥିବା ଅଭିଯୋଗରେ ପୋଲିସକୁ ଏତଲା ଦେଇଛନ୍ତି ସ୍ଥାନୀୟ ଲୋକେ ଓ କଂଗ୍ରେସ ନେତା । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଟ୍ୟାବ ପରିବହନ ଦାୟିତ୍ୱରେ ଥିବା ବ୍ୟକ୍ତି ।

ତେବେ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏସବୁ ରାଜ୍ୟ ସରକାରଙ୍କ ଶିକ୍ଷକଙ୍କ ପାଇଁ ଅର୍ଡର ଦିଆଯାଇଥିଲା । ହେଲେ କାହିଁକି ଏମିତି ଲୁଚାଇ ରଖାଯାଇଥିଲା ସେ ସମ୍ପର୍କରେ କିଛି ଉତ୍ତର ଦେଇପାରି ନାହିଁ ।

Odisha crime news

ସେପଟେ ଭାରତୀୟ ନିର୍ବାଚନ କମିଶନ କହିଛି, ଦେଢ଼ ମାସ ଭିତରେ ଦେଶ ବ୍ୟାପୀ ଚଢ଼ଉ କରି ୪ହଜାର ୬୫୮କୋଟି ଟଙ୍କା ମୂଲ୍ୟର ଭିନ୍ନ ଭିନ୍ନ ଉପହାର ସାମଗ୍ରୀ ଜବତ କରିସାରିଲେଣି । ଓଡ଼ିଶାରୁ ସିଜ୍ ହୋଇଛି ୧୦୭କୋଟି ୧୩ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ । ସେଥିରେ ଅଛି ୧ କୋଟି ୪୭ ଲକ୍ଷ ନଗଦ ଟଙ୍କା, ୧୬ କୋଟିର ମଦ, ୩୯ କୋଟିର ଡ୍ରଗସ୍ ଓ ୬କୋଟି ୪୬ ଲକ୍ଷ ଟଙ୍କା ମୂଲ୍ୟର ସୁନା-ରୂପା ଭଳି ମୂଲ୍ୟବାନ ଧାତୁ । ଏହା ସହ ପ୍ରାୟ ୪୪ କୋଟି ଟଙ୍କାର ମାଗଣାରେ ବଣ୍ଟା ଯିବାକୁ ଥିବା ଉପହାର ସାମଗ୍ରୀ ବି ଉଭୟ କେନ୍ଦ୍ର ଓ ରାଜ୍ୟ ନିର୍ବାଚନ କମିଶନଙ୍କ ମିଳିତ ଟିମ୍ ଧରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+