ସିମକାର୍ଡ ପାଇଁ ଗାଇଡଲାଇନ ଜାରି କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ବର: ଫେକ୍ ସିମ୍ ଉପରେ ଲାଗିବ ରୋକ୍ । ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ସାଂଘାତିକ ତଥ୍ୟ ମିଳିବା ତପ୍ତର ହୋଇଛି ପୋଲିସ । ସାଇବର ଅପରାଧ ନିୟନ୍ତ୍ରଣ ଉଦ୍ୟମ ସ୍ୱରୂପ ଫେକ ସିମ୍ ରୋକିବା ପାଇଁ ଗାଇଡଲାଇନ ଜାରି କରିଛି ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ।
କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ସିମ୍ କାର୍ଡ ନେଇ ନୂଆ ଗାଇଡ ଲାଇନ ଜାରି ହୋଇଛି । କେବଳ ଆଧାର ସହ ଲିଙ୍କ୍ ନମ୍ବରରେ କଲ କରିବେ ଟେଲି ଭେରିଫିକେସନ। ସ୍ଥାୟୀ ଦୋକାନ ଥିବା ଡିଲରମାନେ ହଁ ବିକ୍ରି କରିପାରିବେ ସିମ୍ କାର୍ଡ। ଫେକ୍ ସିମ୍ ସଂପର୍କିତ ଅଭିଯୋଗ ଗ୍ରହଣ ପାଇଁ ଟେଲିକମ ସର୍ଭିସ୍ ପ୍ରୋଭାଇଡରମାନେ ବ୍ୟବସ୍ଥା କରିବେ । ଅଭିଯୋଗ ଗ୍ରହଣ ଓ ଡିଆକ୍ଟିଭେଟ୍ ବ୍ୟବସ୍ଥା କରିବେ ସର୍ଭିସ ପ୍ରୋଭାଇଡର୍। ସିମ୍ ଆକ୍ଟିଭେସନ ନିୟମ ଉଲ୍ଲଂଘନକାରୀ ପିଓଏସ୍ ବ୍ଲାକ ଲିଷ୍ଟେଡ ହେବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

ଫେକ୍ ସିମ୍କାର୍ଡ ଯୋଗୁ ସାଇବର ଅପରାଧ ବଢ଼ୁଛି। ଠକମାନେ ଫେକ୍ ସିମକାର୍ଡ ମାଧ୍ୟମରେ ଲୋକଙ୍କୁ ଠକୁଥିଲେ। ଯେଉଁଥିପାଇଁ ରାଜ୍ୟର ସାଇବର ଅପରାଧ ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଓଡ଼ିଶାର ସିମ୍ କାର୍ଡ ପାକିସ୍ତାନରେ ଅପରେଟ୍ ହେଉଥିବା ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ୩ ଜଣଙ୍କୁ ଗିରଫ କରିଛି।ଏହି ମାମଲାରେ ମାଷ୍ଟରମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି ସୂଚନା ରହିଛି।
ଆସନ୍ତାକାଲିଠାରୁ ପଠାଣି ସାମନ୍ତ ଲେଙ୍କାକୁ ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ ବାବାଦରେ ଖୋଳତାଡ଼ କରିବ ଏସଟିଏଫ୍ । ସୂଚନା ମୁତାବକ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ଓ ପଶ୍ଚିିମବଙ୍ଗରେ ଥିବା ଆଇଏସଆଇ ଏଜେଣ୍ଟଙ୍କ ସମ୍ପର୍କରେ ଥିଲା ପଠାଣୀ ସାମନ୍ତ । ତେବେ ଅତଙ୍କବାଦୀଙ୍କ ସହ ଲିଙ୍କ ରଖିବାକୁ କେଉଁ କେଉଁ ଅଞ୍ଚଳରୁ ସିମକାର୍ଡ କିଣାହୋଇଥିଲା ସେ ନେଇ ତଦନ୍ତ ଚାଲିଛି ।












Click it and Unblock the Notifications