Get Updates
Get notified of breaking news, exclusive insights, and must-see stories!

ରାଜଧାନୀରୁ ତଡ଼ିପାର ହେବେ ନିଶା ବେପାରୀ, ଆରମ୍ଭ ହେଲା ଅପରେସନ 'ହ୍ୱାଇଟ ସ୍ପାଇଡର'

ଭୁବନେଶ୍ବର: ନିଶା କାରବାର ବିରୋଧରେ କମିଶନରେଟ ପୋଲିସର ଜିରୋ ଟଲରାନ୍ସ । ରାଜଧାନୀରେ ରହିପାରିବେନି ନିଶା ବେପାରୀ । ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର ।

ଏନେଇ କମିଶନରେଟ ପୋଲିସ ପୁଣିଥରେ ଜୋରଦାର ଆରମ୍ଭ କରିଛି ଅପରେସନ ହ୍ୱାଇଟ ସ୍ପାଇଡର । ଯାହା ଏବେ ନିଶା ବେପାରୀଙ୍କ ନିଦ ହଜାଇ ଦେଇଛି । ପ୍ରଥମଥର ପାଇଁ ଜଣେ ନିଶା ବେପାରୀଙ୍କୁ ରାଜଧାନୀରୁ ତଡିପାର କରିଛି ପୋଲିସ । ପୂର୍ବରୁ ପେଶାଦାର ଅପରାଧୀଙ୍କୁ ଭୁବନେଶ୍ୱରରୁ ତଡିପାର କରାଯାଉଥିଲା । କିନ୍ତୁ ପ୍ରଥମଥର ପାଇଁ ଜଣେ ନିଶା ବେପାରୀ ତଡିପାର ହୋଇଛନ୍ତି ।

Commissionerate Police

ତେବେ White Spider ଅପରେସନକୁ ବ୍ୟାପକ କରୁଛି ପୋଲିସ । ବ୍ରାଉନସୁଗର ଓ ଗଞ୍ଜେଇ କାରବାର ଉପରେ ନଜର ରଖିଛି ଟିମ । ନିଶା ବେପାରୀ ଚକ୍ରଧର ସାହୁକୁ ତଡିପାର କରିଛି ପୋଲିସ । ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନାରେ ଅଭିଯୁକ୍ତ ବିରୋଧରେ ୩ ଟି କେସ ରହିଛି ।

ଗତ ୧ ମାସରେ ବ୍ରାଉନସୁଗର ବେପାର ଚଳାଇଥିବା ୧୨ ଜଣଙ୍କୁ ଗିରଫ କରାଯାଇଛି। ୧ ମାସ ଭିତରେ ୨୧ ଜଣଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି। ୭୦୭୭୭୯୮୧୧୧ ନମ୍ବର କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି। ନିଶା ସମ୍ପର୍କିତ ଖବର ଏହି ନମ୍ବରରେ ଜଣାଇବା ପାଇଁ ଡିସିପି ଅପିଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+