Get Updates
Get notified of breaking news, exclusive insights, and must-see stories!

ମହିଳା ସାମ୍ୱାଦିକା ଓ ଅନ୍ୟ ଅଭିଯୁକ୍ତଙ୍କୁ କରାଯିବ ତଡ଼ିପାର: ଡିସିପି, ଭୁବନେଶ୍ୱର

ଦୁଇ ବ୍ୟବସାୟୀଙ୍କୁ ଅପହରଣ ଓ ଦାଦାବଟି ଆଦାୟ ମାମଲାରେ ସମ୍ପୃକ୍ତ ମହିଳା ସାମ୍ବାଦିକାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କୁ ତଡ଼ିପାର କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ।

ଭୁବନେଶ୍ୱର: ଦୁଇ ବ୍ୟବସାୟୀଙ୍କୁ ଅପହରଣ ଓ ଦାଦାବଟି ଆଦାୟ ମାମଲାରେ ସମ୍ପୃକ୍ତ ମହିଳା ସାମ୍ବାଦିକାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କୁ ତଡ଼ିପାର କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ଘଟଣାରେ ୪/୫ ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି ବୋଲି ଡିସିପ କହିଛନ୍ତି ।

ପ୍ରିୟମ୍ବଦା ନାୟକ

ସୋ କଲ୍ଡ ସମ୍ୱାଦିକା ପ୍ରିୟମ୍ବଦା ନାୟକ ଓ ତାଙ୍କ ଟିମର ପର୍ଦାଫାସ୍

ଭୁବନେଶ୍ବରରେ 'ଲାଇଭ୍‌ କଳିଙ୍ଗ' ୱେବ୍‌ ପୋର୍ଟାଲ ନାମରେ ଏକ ସଂସ୍ଥା ଖୋଲି ବିଭିନ୍ନ ବ୍ୟବସାୟୀ ଓ ନାମୀଦାମୀ ଲୋକଙ୍କୁ ଠକେଇର ଭୟ ଦେଖାଇ ଟଙ୍କା ଲୁଟୁଥିଲେ । ଦୁଇ ସପ୍ତାହେ ତଳେ ଉକ୍ତ ସଂସ୍ଥାର ସୋ କଲ୍ଡ ସମ୍ହାଦିକା ପ୍ରିୟମ୍ବଦା ନାୟକ ଫୋନ୍‌ କରି କେନ୍ଦ୍ରାପଡ଼ାର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ କହିଥିଲେ, ମୁଁ ଜଣେ ରିପୋର୍ଟର । ଆପଣଙ୍କୁ ଲାଇଭ୍‌ କଳିଙ୍ଗ ପକ୍ଷରୁ ଫୋନ୍‌ କରାଯାଇଛି । ଆପଣଙ୍କ ପରିବହନରେ ଘୋଟାଲା ନେଇ ଆମେ ଏକ ଷ୍ଟିଙ୍ଗ ଅପରେସନ କରିଥିଲୁ । ଆପଣ ବିରୋଧରେ ଏକାଧିକ ପ୍ରମାଣ ରହିଛି । ଆପଣଙ୍କ ସଂସ୍ଥା ବର୍ଷକୁ କୋଟି କୋଟି ଟଙ୍କା ରାଜସ୍ୱ ଫାଙ୍କୁଛି । ତୁରନ୍ତ ଭୁବନେଶ୍ୱର ଆସି ଆମ ଅଫିସରେ ଦେଖା କରନ୍ତୁ । ନଚେତ୍‌, ଆମେ ଘୋଟାଲା ଖବର ପରିବେଷଣ କରିଦେବୁ ।

ଏମିତି ଫୋନ୍‌ କଲ୍‌ରେ ପୂର୍ଣ୍ଣଚନ୍ଦ୍ର ପୁରା ଡରି ଯାଇଥିଲେ । ଗତ ୧୫ ତାରିଖରେ ସେ ତାଙ୍କ ବ୍ୟବସାୟୀ ସହଯୋଗୀଙ୍କ ସହ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରସ୍ଥିତ ଉକ୍ତ ୱେବ୍‌ ପୋର୍ଟାଲ ଅଫିସକୁ ଆସିଥିଲେ । ସେଠାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ୱେବ୍‌ପୋର୍ଟାଲ ମାଲିକ ରାଜ୍‌ ଓ ଅନ୍ୟ କର୍ମଚାରୀମାନେ ଧମକ ଦେଇ ୧୦ ଲକ୍ଷ ଟଙ୍କା ମାଗି ଥିଲେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ନିର୍ଦ୍ଦୋଷ ବୋଲି ଦର୍ଶାଇ ଟଙ୍କା ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ । ଶେଷରେ ରାଜ୍‌ ରାଗିଯାଇ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସହଯୋଗୀଙ୍କୁ ଏକ ରୁମ୍‌ରେ ବନ୍ଦ କରି ଦେଇଥିଲେ । ଦୀର୍ଘ ୨ ଦିନ ଧରି ୱେବ୍‌ ପୋର୍ଟାଲ କର୍ମଚାରୀମାନେ ଉଭୟଙ୍କୁ ନିସ୍ତୁକ ପିଟିଥିଲେ । ଲୁହା ରଡ଼, କାଠ ଫାଳିଆରେ ଉଭୟଙ୍କୁ ପିଟି ପିଠି, ହାତ, ଗୋଡ଼, ନିତମ୍ବରେ ଲୋଳା ବସାଇ ଦେଇଥିଲେ । ପରେ ପରିବାର ଲୋକେ ୧୦ ଲକ୍ଷ ଟଙ୍କା ଦେଇ ବ୍ୟବସାୟୀ ଓ ତାଙ୍କ ସାଥୀଙ୍କୁ ମୁକୁଳାଇଥିଲେ।

ନନ୍ଦନନକାନନ ଥାନାରେ ଅଭିଯୋଗ କରିଥିଲେ ପୂର୍ଣ୍ଣଚନ୍ଦ୍ର

ମୁକୁଳିବା ପରେ ଉଭୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଡିସିପି ଉମାଶଙ୍କର ଦାଶଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଉକ୍ତ ସଂସ୍ଥାର ରିପୋର୍ଟ, ସିଇଓ, ସିକ୍ୟୁରିଟି ଗାର୍ଡ଼ଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ତଡ଼ିପାର କରାଯିବ। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିସିପି କହିଛନ୍ତି।

ତେବେ ଏମାନଙ୍କ ନାଁରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ଦୁଇଟି ମାମଲା ରହିଛି ବୋଲି ଡିସିପି ସୂଚାନା ଦେଇଛନ୍ତି । ଏହାଛଡ଼ା ଅନ୍ୟ ଘଟଣାରେ ମଧ୍ୟ ଏମାନଙ୍କ ସମ୍ପୃକ୍ତି ରହିଛି। ସହରବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏମାନଙ୍କୁ ତଡ଼ିପାର କରିବାର ବ୍ୟବସ୍ଥା କରାଯାଉଛି ବୋଲି ଡିସିପି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+