ଗ୍ୟାଙ୍ଗଷ୍ଟର ସକିଲ ସହ ୧୧ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡ଼ିପାର କଲା କମିସନରେଟ ପୋଲିସ
ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ସକିଲକୁ ତଡ଼ିପାର ନିର୍ଦ୍ଦେଶ ଦେଇଛି କଟକ କମିଶନରେଟ ପୋଲିସ । ସକିଲ ସମେତ ୧୧ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସହରରୁ ତଡିପାର କରିବା ନେଇ ଡିସିପି ପିନାକ ମିଶ୍ର ପୋଲିସ କମିସନରଙ୍କୁ ଜଣାଇଛନ୍ତି ।
କଟକ: ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ସକିଲକୁ ତଡ଼ିପାର ନିର୍ଦ୍ଦେଶ ଦେଇଛି କଟକ କମିଶନରେଟ ପୋଲିସ । ସକିଲ ସମେତ ୧୧ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସହରରୁ ତଡିପାର କରିବା ନେଇ ଡିସିପି ପିନାକ ମିଶ୍ର ପୋଲିସ କମିସନରଙ୍କୁ ଜଣାଇଛନ୍ତି । ସମସ୍ତ ଅଭିଯୁକ୍ତ ନିଜ ପକ୍ଷ ରଖିବା ପରେ ସହର ଛାଡିବା ପାଇଁ ସଜବାଜ ହେବେ । ତେବେ ସମସ୍ତ ଅଭିଯୁକ୍ତ ଜେଲରୁ ମୁକୁଳିବା ପରେ ଏବେ ସହରରେ ଅଛନ୍ତି । ତେଣୁ ସେମାନଙ୍କୁ ସହରରୁ କାଢିବା ପାଇଁ ପୋଲିସ ପଦକ୍ଷେପ ନେଉଛି ।

ସକିଲ କିଛି ଦିନ ପୂର୍ବେ ଜାମିନରେ ଆସିଥିବା ବେଳେ ବିବାହ ମଧ୍ୟ କରିଥିଲା । ବାହାଘର ପାଇଁ କୋର୍ଟ ଜାମିନ ଦେଇଛନ୍ତି । ତେବେ ସେ ପୁଣି ଅପରାଧ ଘଟାଇବାକୁ ଯୋଜନା କରୁଥିବା ପୋଲିସ୍ ଜାଣିବା ପରେ ତା'କୁ ତଡ଼ିପାର ନିର୍ଦ୍ଦେଶ ଦେଇଛି । ତଡ଼ିପାର ନିର୍ଦ୍ଦେଶ ବିରୋଧରେ ସକିଲ ପୋଲିସ କମିଶନରଙ୍କ ନିକଟରେ ମଧ୍ୟ ନିଜର ପକ୍ଷ ରଖିବାର ପ୍ରାବଧାନ ରହିଛି । ତଡିପାର ହେବାକୁ ଥିବା ୧୧ ଅପରାଧୀ ଆସନ୍ତା ୨୮ ତାରିଖରେ ନିଜର ପକ୍ଷ ରଖିବେ ।
ସୂଚନାଥାଉ କି, ସକିଲ ନାଁ ରେ ହତ୍ୟାକାଣ୍ଡ , ଗୁଳିକାଣ୍ଡ, ଵୋମାମାଡ଼, ଟେଣ୍ଡର ଫିକ୍ସିଂ ଓ ଦାଦାବଟି ଆଦାୟ ଭଳି ୩୦ରୁ ଅଧିକ ମାମଲା ରହିଛି । ସକିଲ ବ୍ୟତୀତ ଆଉ ୧୧ ଜଣଙ୍କୁ ତଡ଼ିପାର ନିର୍ଦ୍ଦେଶ ଦିଆଯାଇଥିବା ଡିସିପି ପିନାକ ମିଶ୍ର କହିଛନ୍ତି ।












Click it and Unblock the Notifications