ପରୀକ୍ଷା ଦେଇ ଫେରିବା ବେଳେ ପରେ +୨ ଛାତ୍ରୀଙ୍କ ଗଳା କାଟିଲା ଯୁବକ
ଯୁକ୍ତ ଦୁଇ ଛାତ୍ରୀଙ୍କ ଗଳା କାଟିଲା ଯୁବକ । ପରୀକ୍ଷା ଦେଇ ଫେରିବା ବେଳେ ପରେ କଲେଜ ନିକଟରେ ଏମିତି ଉନ୍ମତ କାଣ୍ଡ ଘଟାଇଛି ଯୁବକ ।

ଗୁଣୁପୁର: ଯୁକ୍ତ ଦୁଇ ଛାତ୍ରୀଙ୍କ ଗଳା କାଟିଲା ଯୁବକ । ପରୀକ୍ଷା ଦେଇ ଫେରିବା ବେଳେ ପରେ କଲେଜ ନିକଟରେ ଏମିତି ଉନ୍ମତ କାଣ୍ଡ ଘଟାଇଛି ଯୁବକ । ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୁମୁଡା ଦ୍ରୌପଦୀ କଲେଜ ନିକଟରେ ଘଟିଛି ଘଟଣା । ଗୁରୁତର ଯାତ୍ରୀ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର । ଯୁବକକୁ ଅଟକ ରଖିଛି ପୋଲିସ ।
ତେବେ ଯୁବତୀ ଜଣଙ୍କ +୨ କଳା ବିଭାଗରେ ପରୀକ୍ଷା ଦେଇ ଫେରୁଥିଲେ। ଫେରିବା ବେଳେ ଯୁବକ ଜଣଙ୍କ ତାଙ୍କ ବେକକୁ ଛୁରୀ ସାହାଯ୍ୟରେ ଆଘତ ଦେଇଥିଲେ । ପୀଡିତା ଛାତ୍ରୀଙ୍କ ଘର ବିଷମକଟକ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଏଭଳି କାଣ୍ଡ ଭିଆଇଛି ଯୁବକ ଜଣଙ୍କ ତାହା ଜଣାପଡି ନାହିଁ । ପ୍ରେମ ବ୍ୟାପର ଯୋଗୁଁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।












Click it and Unblock the Notifications