ରାଜଧାନୀରୁ ସିବିଆଇ ଅଧିକାରୀ କହି ୨ କୋଟି ଲୁଟ ମାମଲା: ଅନ୍ୟ ୩ ଅଭିଯୁକ୍ତଙ୍କୁ ଜେରା କରୁଛି ପୋଲିସ

ଭୁବନେଶ୍ଵର: ସିବିଆଇ ଅଧିକାରୀ କହି ରାଜଧାନୀ ଭୁବନେଶ୍ବରରେ ୨ କୋଟି ଲୁଟ ମାମଲା। । ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ୧ କୋଟି ୨ ଲକ୍ଷ ଉଦ୍ଧାର କରିବା ସହ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗତ ରବିବାର ନନ୍ଦନବିହାର ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଥିଲା ପୋଲିସ ।

ସୂଚନା ଅନୁସାରେ, ଅଗଷ୍ଟ ୨ ତାରିଖ ସନ୍ଧ୍ୟାରେ ଘରେ ପଶି ନିବାରଣ ପାଣିଙ୍କୁ ସିବିଆଇ ଅଧିକାରୀ ପରିଚୟ ଦେଇ ଲୁଟିଥିଲେ । ଆଉ ଏହାର ମାଷ୍ଟରମାଇଣ୍ଡ ସାଜିଥିଲା ନିବାରଣଙ୍କ ସମ୍ପର୍କୀୟଙ୍କ ଡ୍ରାଇଭର ।

ମାଲିକ ନିବାରଣ ପାଣିଙ୍କୁ ସିବିଆଇ ଅଧିକାରୀ ପରିଚୟ ଦେଇ ଲୁଟିଥିଲେ । ତେବେ ନିବାରଣ ୨ କୋଟି ଟଙ୍କା ନଗଦ କେଉଁଠୁ ଆଣିଲେ , ଖୁବଶୀଘ୍ର ଏ ନେଇ ଖୋଳତାଡ଼ କରିପାରେ ଆୟକର ବିଭାଗ । ସେପଟେ ଅଭିଯୁକ୍ତଙ୍କ ଝାରପଡା ଜେଲରେ ହେବ ଟିଆଇ ପରେଡ଼ ।

crime

ଝାରପଡା ଜେଲରେ ଅଭିଯୁକ୍ତମାନଙ୍କ ଟିଆଇ ପରେଡ଼ ହେବ ବୋଲି ଜଣାପଡିଛି । ଟିଆଇ ପରେଡ୍‌ ପରେ ଅନେକ ସତ ପଦାକୁ ଆସିବ ବୋଲି ଆଶା କରୁଛି ପୋଲିସ ।

ଏହା ସହିତ ଏହି ସିଣ୍ଟିକେଟ୍‌ରେ ଆଉ କେତେ ଜଣ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ରାଜଧାନୀରେ ଦିନକୁ ଦିନ ଏପରି ଘଟଣା ଘଟିବା ନିଶ୍ଚିତ ଚିନ୍ତାର ବିଷୟ ପାଲଟିଛି ।

ତେବେ ନିବାରଣ ୨ କୋଟି ଟଙ୍କା ନଗଦ କେଉଁଠୁ ଆଣିଲେ , ଖୁବଶୀଘ୍ର ଏ ନେଇ ତଦନ୍ତ କରିପାରେ ଆୟକର ବିଭାଗ । ଏ ନେଇ କସରତ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+