ସାମ୍ନାକୁ ଆସିଲା କେବିଏନ୍ ଗ୍ରୁପର ଆଉ ଏକ ଭିଡିଓ: ବନ୍ଧୁକ ଓ ଖଣ୍ଡା ଦେଖାଇ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ
କେବିଏନ୍ ଗ୍ରୁପ୍ର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ମାରଣାସ୍ତ୍ର ସହ ନିଜ ଭିଡିଓ ଭାଇରାଲ କରି ରାଜଧାନୀରେ କୋକୁଆ ଭୟ ସୃଷ୍ଟି କରୁଛି ଏହି ଗ୍ରୁପ ।
ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭି ନହିଁ (କେବିଏନ୍) ଗ୍ରୁପ୍ର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ମାରଣାସ୍ତ୍ର ସହ ନିଜ ଭିଡିଓ ଭାଇରାଲ କରି ରାଜଧାନୀରେ କୋକୁଆ ଭୟ ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଥିବା ଏହି ଗ୍ରୁପ୍ର ସମୁଦାୟ ୯ ଜଣଙ୍କୁ ବାନ୍ଧି ସାରିଲାଣି ପୋଲିସ୍।

ତେବେ ଆଜି ଆଉ ଏକ ଭିଡିଓରେ ଖଣ୍ଡା ଓ ବନ୍ଧୁକ ଦେଖାଇ ଅଶ୍ଳୀଳ ଭାଷା ପ୍ରୟୋଗ କରି ପୋଲିସ ଆକ୍ସନକୁ ଖୋଲାଖୋଲି ଚାଲେଞ୍ଜ କରିଛନ୍ତି ଆଉ କିଛି ଯୁବକ । କେବିଏନ ଗ୍ୟାଙ୍ଗକୁ ଧରିବାକୁ ପୋଲିସ ଅପରେସନ ଆଘାତ ନାଁରେ ଆରମ୍ଭ କରିଛି ଗ୍ୟାଙ୍ଗ ମୂଳପୋଛ ଅଭିଯାନ । ସମ୍ପୃକ୍ତ ଯୁବକଙ୍କୁ ଜେଲର ଚାରିକାନ୍ଥ ଭିତରକୁ ପଠାଇବା ସହ ସରକାରୀ ଜାଗାରେ ଗଢି ଉଠିଥିବା ଘରକୁ ଭାଙ୍ଗିଛି । କିନ୍ତୁ ଠିକ ଏହାରି ପରେ ପୋଲିସକୁ ଚ୍ୟାଲେଞ୍ଜ କରି ଆଉ କିଛି ଭିଡିଓ ଭାଇରାଲ କରିଛନ୍ତି କିଛି ଯୁବକ ।
ଆଜି ପୋଲିସ୍ ଗ୍ରୁପ୍ର ମୁଖିଆ ବୁବୁ ଘର ଉପରେ ଚଢ଼ାଉ କରିଛି। ଏବେ ସୁଦ୍ଧା ଗ୍ରୁପ୍ର ୯ ସଦସ୍ୟ ପୋଲିସ୍ ହେପାଜତରେ ଥିବା ବେଳେ ଆଜି ଗ୍ରୁପ୍ର ମୁଖ୍ୟ ବୁବୁ ଜେନା ଘରେ ରେଡ୍ କରିଛି କମିଶନରେଟ ପୋଲିସ୍। ଚେଙ୍ଗ ଓ ସନିଆ ଆତ୍ମସମର୍ପଣ କରିବା ପରେ ବୁବୁ ଜେନାଙ୍କ ଘରେ ରେଡ୍ କରିଛି କମିଶନରେଟ୍ ପୋଲିସ୍ ।
ସୂଚନାଥାଉ କି, କେବିଏନ୍ ଗ୍ୟାଙ୍ଗ ସଦସ୍ୟ ଭିଡିଓ ଭାଇରାଲ କରି ରାଜଧାନୀରେ ଆତଙ୍କରାଜ ଖେଳାଇବାକୁ ଯୋଜନା କରିଥିଲେ। ଏହାଦ୍ୱାରା ଅନ୍ୟମାନଙ୍କୁ ଭୟଭୀତ କରି ଦାଦା ବଟି ଆଦାୟ କରିବା ସେମାନଙ୍କ ମୂଳ ଲକ୍ଷ । ହେଲେ ତା' ପୂର୍ବରୁ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡକୁ ଚାଲି ଆସିଛି କମିଶନରେଟ ପୋଲିସ୍। ଏହି ଗ୍ରୁପ୍ର ୨୯ ସଦସ୍ୟଙ୍କ ମଧ୍ୟରୁ ସମୁଦାୟ ୯ ସଦସ୍ୟ ପୋଲିସ୍ ହେପାଜତରେ ଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ୍ର ସ୍ୱତନ୍ତ୍ର ଟିମ୍।












Click it and Unblock the Notifications