Get Updates
Get notified of breaking news, exclusive insights, and must-see stories!

ଅଞ୍ଜନା ମିଶ୍ର ମାମଲାରେ ପୂର୍ଣ୍ଣଚ୍ଛେଦ : ସିବିଆଇ ଅବହେଳା ମାମଲାର ଅନ୍ତ

ଅଞ୍ଜନା ମିଶ୍ର ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ଓଡ଼ିଶା ହାଇକୋର୍ଟ

କଟକ । ଅଞ୍ଜନା ମିଶ୍ର ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ଓଡ଼ିଶା ହାଇକୋର୍ଟ । ହାଇକୋର୍ଟଙ୍କୁ ରାଜ୍ୟ ସରକାର ଅବଗତ କରାଇବା ପରେ ଲାଗିଲା ପୂର୍ଣ୍ଣଛେଦ । ରାଜ୍ୟସରକାର ଓ ସିବିଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା । ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ସାରିଛି । ଅନ୍ୟ ଷଡଯନ୍ତ୍ରକାରୀମାନେ ଜୀବିତ ନାହାନ୍ତି । ସିବିଆଇ ତଦନ୍ତରେ ଶିଥିଳତା ଓ ପୁଲିସର ନିଷ୍କ୍ରିୟତା ନେଇ ହାଇକୋର୍ଚରେ ଅଞ୍ଜନା ଦାୟର କରିଥିଲେ ମାମଲା । ଜୁନ୍ 2020ରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅଞ୍ଜନା । ଦୀର୍ଘ 19 ବର୍ଷ ପରେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା ।
ଏଠାରେ ସୂଚନାଥାଉକି, ଗତ ଫେବୃଆରୀ 22ରେ ଏହି ବହୁ ଚର୍ଚ୍ଚିତ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଥିଲା କମିଶନରେଟ୍ ପୁଲିସ ।

ଅଞ୍ଜନା ମିଶ୍ର

ମୁମ୍ବାଇରେ ଛଦ୍ମନାମରେ ଲୁଚି ରହିଥିବା ବେଳେ କମିଶନରେଟ୍ ପୁଲିସ ତାକୁ ଗିରଫ କରିଥିଲା । ଏଥିପାଇଁ ଅପରେସନ୍ ବୋଡା ସାପ କରିଥିଲା କମିଶନରେଟ୍ ପୁଲିସ । ବିବନ ଗିରଫ ହେବା ପରେ ଅଞ୍ଜନା କହିଥିଲେ CBI ଚୁପ୍ ବସିଲା, ଧରିପାରିଲାନି । ହେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାର୍‌ ଓ ତାଙ୍କ ଟିମ୍‌ ମୋତେ ନ୍ୟାୟ ଦେଲେ । ବିବନ ବିଶ୍ୱାଳ ମୁଖ୍ୟ ଅଭିଯୁକ୍ତ ଥିଲା । ଏଇ ୨୨ ବର୍ଷ ଭିତରେ ମୁଁ ବହୁତ ସଂଘର୍ଷ କରିଛି । ମୋ ଘରକୁ ପଥର ମାଡ଼ କରିବା ସହ ମୋତେ ୧୦-୧୫ ଥର ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଥିଲା। ମୋତେ ମୋ ଘରେ ରଖେଇ ଦେଲେ ନାହିଁ, ଫଳରେ ମୁଁ ଆସି ମୋ ମା'ଙ୍କ ପାଖରେ ରହୁଛି । ସେ ଆହୁରି ମଧ୍ୟ କହିଥିଲେ, 'ପ୍ରତିଦିନ ମୁଁ ମରି ମରି ବଞ୍ଚିଛି। ଥରେ କାହା ସହ ଗଣଦୁଷ୍କର୍ମ ଘଟିଲେ ଜୀବନ ବରବାଦ ହୋଇଯାଏ। ଏଥିରେ ଭାଙ୍ଗି ନପଡ଼ି ସଂଘର୍ଷ କରିବା ଦରକାର। ଆମ ସିଷ୍ଟମ ଯାହା ଏଠି ନ୍ୟାୟ ମିଳିବାକୁ ଦୀର୍ଘ ବର୍ଷ ଲାଗୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+