ମାଟି ତଳୁ ଜବତ ହେଲା ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍

ମାଟି ତଳୁ ଜବତ ହେଲା ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ । ଅବାକ ହେଲେ ପୋଲିସ କର୍ମଚାରୀ । ସମ୍ବଲପୁର ଜିଲ୍ଲାର ଏକ ହୋଟେଲରୁ ଚୋରି ହୋଇଥିବା ଏହି ଟଙ୍କାକୁ ଦେବଗଡ଼ ଜିଲ୍ଲାରୁ ଜବତ କରିଛି ପୋଲିସ।

ସମ୍ବଲପୁର: ମାଟି ତଳୁ ଜବତ ହେଲା ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ । ଅବାକ ହେଲେ ପୋଲିସ କର୍ମଚାରୀ । ସମ୍ବଲପୁର ଜିଲ୍ଲାର ଏକ ହୋଟେଲରୁ ଚୋରି ହୋଇଥିବା ଏହି ଟଙ୍କାକୁ ଦେବଗଡ଼ ଜିଲ୍ଲାରୁ ଜବତ କରିଛି ପୋଲିସ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩୨ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। ସିସିଟିଭି ଫୁଟେଜ୍ ଆଧାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

 Crime

ଗତ ୧୬ ତାରିଖରେ ସମ୍ବଲପୁରର ଭିଏସ୍ଏସ୍ ମାର୍ଗ ସ୍ଥିତ ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ହୋଟେଲ ମାଲିକ ଥାନାରେ ଅଭିଯୋଗ କରିଥିଲେ।

ତେବେ ଏହି ଘଟଣାରେ ଗରଫ ହୋଇଥିବା ୪ ଜଣ ଅଭିଯୁକ୍ତ ଉକ୍ତ ହୋଟେଲରେ କାମ କରୁଥିଲେ । ଲୁଟ୍ କରିବା ପାଇଁ ୪ ଦିନ ପୂର୍ବରୁ ଏମାନେ ଯୋଜନା କରିଥିଲେ । ହୋଟେଲରେ କାମ କରୁଥିବା ସମୟରେ ସିସିଟିଭିରେ କଏଦ ହୋଇଥିବା ସେମାନଙ୍କ କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ପୋଲିସ ଏମାନଙ୍କୁ ଗିରଫ କରିଛି । ଲୁଟ୍ କରିଥିବା ଟଙ୍କାରୁ ୩୨ ଲକ୍ଷ ୧୦ ହଜାର ଟଙ୍କାକୁ ରାକେଶ ବେହେରା ନାମକ ଅଭିଯୁକ୍ତ ଗାତ ଖୋଳି ମାଟି ତଳେ ଅଖାରେ ରଖି ପୋତି ଦେଇଥିଲେ । ଦେବଗଡ଼ ଜିଲ୍ଲାରୁ ଏସବୁ ଟଙ୍କାକୁ ଜବତ କରାଯାଇଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ଅଖା ଭିତରୁ ୫୦୦ ଟଙ୍କିଆ ବିଡ଼ା ବିଡ଼ା ନୋଟ୍ ଜବତ କରିଛି। ଯାହା ୩୨ ଲକ୍ଷ ଟଙ୍କା ହେବ । ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ବେଳେ ପୋଲିସ ହାତରେ ୩୨ ଲକ୍ଷ ଟଙ୍କା ଲାଗିଛି। ତେବେ ଅବଶିଷ୍ଟ ଟଙ୍କା କେଉଁଠି ଲୁଚାଇଛନ୍ତି, ପୋଲିସ ତାର ତଦନ୍ତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+