ସୋରଳ ଜଙ୍କସନରୁ ୪ କେଜି ସୁନା ଓ ୧୮୫ କେଜି ରୁପା ଜବତ; ୪ ଅଟକ
କାରରେ ୪ କେଜିରୁ ଅଧିକ ସୁନା ଓ ୧୮୫ କେଜି ରୁପା ଚାଲାଣ ବେଳେ ଜବତ । ବ୍ରହ୍ମପୁରର ସୋରଳ ଜଙ୍କସନରୁ ଗୋଳନ୍ଥରା ପୋଲିସ ଜବତ କରିଛି । ଏହାର ମୂଲ୍ୟ ପ୍ରାୟ ୩ କୋଟି ୧୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ବ୍ରହ୍ମପୁର: କାରରେ ୪ କେଜିରୁ ଅଧିକ ସୁନା ଓ ୧୮୫ କେଜି ରୁପା ଚାଲାଣ ବେଳେ ଜବତ । ବ୍ରହ୍ମପୁରର ସୋରଳ ଜଙ୍କସନରୁ ଗୋଳନ୍ଥରା ପୋଲିସ ଜବତ କରିଛି । ଏହାର ମୂଲ୍ୟ ପ୍ରାୟ ୩ କୋଟି ୧୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ତାମିଲନାଡ଼ୁରୁ ବ୍ରହ୍ମପୁରକୁ ଚାଲାଣ ହେଉଥିବାବେଳେ ଜବତ କରିଛି ପୋଲିସ । ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ତାମିଲନାଡୁରୁ ବ୍ରହ୍ମପୁର ବଡ଼ ବଜାରକୁ ଏହି ସୁନା ଓ ରୁପା ଚାଲାଣ ହେଉଥିଲା । କାର୍ରେ ଲୁଚାଇ ଏହି ସୁନା ଓ ରୁପାକୁ ନିଆଯାଉଥିଲା । ପୋଲିସ୍ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି । ସମସ୍ତେ ତାମିଲନାଡୁର ବୋଲି ଜଣାପଡ଼ିଛି ।












Click it and Unblock the Notifications