ଦିନ ଦ୍ୱିପ୍ରହରରେ ଶୋ’ ରୁମରୁ ଲୁଟି ନେଲେ ୧୫ କେଜି ସୁନା

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ବଜାରରେ ଥିବା ଏକ ଗହଣା ଦୋକନାରୁ ବଡ ଧରଣର ଲୁଟ୍ । ଗ୍ରାହକ ରୂପରେ ସୋ ରୁମକୁ ଆସି କର୍ମଚାରୀ ଓ ଗ୍ରାହକଙ୍କୁ ମାଡମାରି ଲୁଟି ନେଲେ ୧୫ କେଜି ସୁନା । ଦିନ ସାଢ଼େ ୧ଟାରୁ ୨ଟା ଭିତରେ ଏହି ଡକାୟତି ହୋଇଛି ।

Jajpur

ଯୋଜନା ବଦ୍ଧ ଭାବେ ୭ ଜଣ ଡକାୟତ ଗ୍ରାହକ ବେଶରେ ଶୋ ରୁମରେ ପଶିଥିଲେ । ପରେ ସେଠାରେ ଥିବା ଗ୍ରାହକ ଓ କର୍ମଚାରୀଙ୍କୁ ମାଡ଼ ମାରି ଲୁଟ୍‌ପାଟ୍ କରିଥିଲେ। ୧୨ କର୍ମଚାରୀ ଓ ଗ୍ରାହକଙ୍କୁ ବାଥରୁମରେ ବନ୍ଦ କରିଥିଲେ । ସୋ ରୁମ ସୁନାଗହଣା ପୋଛି ନେଇଗଲେ ଡକାୟତ । ଗଲାବେଳେ ବାହାର ପଟୁ ସଟର ପକାଇ ଦେଇଥିଲେ ।

ତେବେ ଡକାୟତଙ୍କ ମାଡ଼ରେ ଶୋ' ରୁମ୍‌ର ଦୁଇଜଣ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ତେବେ କେତେ ଟଙ୍କାର ଗହଣା ଲୁଟ୍ ସ୍ପଷ୍ଟ ହୋଇନି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଅଭିଯୋଗ ହୋଇଛି ୧୫ କେଜି ସୁନା ସହିତ ରୁପା ମଧ୍ୟ ଲୁଟ୍ ହୋଇଛି । ଡକାୟତମାନେ ହିନ୍ଦିରେ କଥା ହେଉଥିବା ବେଳେ ମୁହଁରେ ମାସ୍କ ପିନ୍ଧିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+