ଫ୍ରଡ୍ ଆପ୍ ଜଏନ ଟ୍ରେଡ୍ ଫ୍ରଡ୍ ୧.୨୨ କୋଟି ଟଙ୍କା ଜବତ କଲା ଇଓଡବ୍ଲୁ
ଭୁବନେଶ୍ୱର: ଫ୍ରଡ୍ ଆପ୍ ଜଏନ ଟ୍ରେଡ୍- ଫିନାନସିଆଲ ଗ୍ରୋଥର ୧ କୋଟି ୨୨ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଜବତ କରିଛି ଇଓଡବ୍ଲୁ । କମ୍ ନିବେଶରେ ଅଧିକ ଲାଭର ଲୋଭ ଦେଖାଇବା ସହ ବିଭନ୍ନ ବଲିଉଡ୍ ତାରକାଙ୍କ ଫଟୋକୁ ଜାଲ ଉପାୟରେ ବ୍ୟବହାର କରି ଲୋକଙ୍କୁ ଆକର୍ଷିତ କରୁଥିଲା କମ୍ପାନୀ ।

ଗୁଗୁଲରେ ଜଏନ୍ ଟ୍ରେଡ୍ ନାମକ ଜାଲିଆତିକାରୀ ଆପ୍ ଡାଉନଲୋଡ୍ କରି ୩ଟି ବଡ଼ କଂପାନି ସମେତ ୫ଟି ଏକାଉଣ୍ଟରୁ ୧୮.୬୭ କୋଟି ଟଙ୍କାର ଜମା କରିଥିବା ମଧ୍ୟ ଜଣା ଯାଇଥିଲା । ଲୋକଙ୍କଠାରୁ ୧୦୦ରୁ ୨୦ ହଜାର ଟଙ୍କା ଲେଖାଏଁ ଆଦାୟ କରୁଥିଲା ଠକ ସଂସ୍ଥା । ପ୍ରାୟ ୧ ଲକ୍ଷ ଲୋକ ଏହି ଠକାମିର ଶିକାର ହୋଇଥିବା ଜଣାଯାଇଛି । ଏହି ଆପକୁ ତିଆରି କରିଥିଲା ପରଫେକ୍ଟ ଟ୍ରେଡ୍ ।
ଟଙ୍କା ଜମା ଲାଗି UPI ID ବି ଦିଆ ଯାଇଥିଲା । ସଂଗୃହୀତ ଅର୍ଥକୁ ବିଭିନ୍ନ ଜାଲ କମ୍ପାନୀରେ ନିୟୋଜିତ କରା ଯାଇଥିଲା । ଏନେଇ ଅଭିଯୋଗ ହେବା ପରେ ୫ଟି ଆକାଉଣ୍ଟକୁ ଯାଞ୍ଚ କରାଯିବା ସହ ୧୮ କୋଟି ୬୭ ଲକ୍ଷ ଟଙ୍କାର କାରବାର ଠାବ ହୋଇଥିଲା । ବିଭିନ୍ନ ବ୍ୟାଙ୍କରେ ଏହି ଟଙ୍କା ଜମା କରାଯାଇଥିଲା । ଅଧିକ ତଦନ୍ତ ପରେ କମ୍ପାନୀର ୧ କୋଟି ୨୨ ଲକ୍ଷ ଟଙ୍କାକୁ ଇଓଡବ୍ଲୁ ଜବତ କରିଥିଲା ।












Click it and Unblock the Notifications