ଫିଲ୍ମ ଷ୍ଟାଇଲରେ ଚୋରି କରୁଥିଲେ ଫିଲ୍ମ ପ୍ରଯୋଜକ: ଧରା ପକାଇଲା ଫୋନ ପେ
: ଚୋରି କରୁଥିଲେ ଓଡିଆ ଫିଲ୍ମ ପ୍ରଯୋଜକ । ଧରା ପକାଇଲା ଫୋନ ପେ । ଫିଲ୍ମ ଷ୍ଟାଇଲରେ ଖଲ୍ଲିକୋଟରୁ ମିକ୍ସର ମେସିନ ଚୋରି କରି ଭୁବନେଶ୍ୱରରେ ବିକ୍ରି କରିଥିଲେ ।
ଭୁବନେଶ୍ବର: ଚୋରି କରୁଥିଲେ ଓଡିଆ ଫିଲ୍ମ ପ୍ରଯୋଜକ । ଧରା ପକାଇଲା ଫୋନ ପେ । ଫିଲ୍ମ ଷ୍ଟାଇଲରେ ଖଲ୍ଲିକୋଟରୁ ମିକ୍ସର ମେସିନ ଚୋରି କରି ଭୁବନେଶ୍ୱରରେ ବିକ୍ରି କରିଥିଲେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ।

ଗତ ୬ ତାରିଖରେ ଖଲ୍ଲିକୋଟ ଫରେଷ୍ଟ ଅଫିସ ଆଗରୁ ଖଲିକୋଟରୁ ମିକ୍ସଚର ମେସିନ ଚୋରି କରିଥିଲେ ଫିଲ୍ମ ପ୍ରଯୋଜକ ସୁତାଂଶୁ ମହାନ୍ତି ଆଉ ଏହାକୁ ଭୁବନେଶ୍ୱରରେ କରିଥିଲେ ବିକ୍ରି । ଏହାପରେ ଏତଲାକୁ ଆଧାର କରି ଖଲ୍ଲିକୋଟ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ଆଉ ସିସିଟିଭି ଫୁଟେଜ ଆଧାରରେ ଧରା ପଡିଲା ଚୋର ।
ସିସିଟିଭିରୁ ପୋଲିସ ମିକ୍ସର ମେସିନକୁ ଭିଡି ନେଇଥିବା ଗାଡିର ଠିକଣା ପାଇ ଡ୍ରାଇଭରକୁ ଉଠାଇ ଆଣିଥିଲା । ତେବେ କେହି ଜଣେ ଭଡା ଡାକିବାରୁ ସେ ମିକ୍ସର ମେସିନକୁ ନେଇଥିବା କହିଥିଲେ । ତେବେ ମିକ୍ସର ମେସିନଟି ଚୋରି ହେଉଥିବା ସେ ଜାଣି ନଥିଲା ବୋଲି କହିଥିଲା । ଭଡା ଡାକିଥିବା ବ୍ୟକ୍ତି ଫୋନ ପେ ମାଧ୍ୟମରେ ତାକୁ ଟଙ୍କା ଦେଇଥିଲେ । ଫଳରେ ସେହି ଫୋନ ପେ ନମ୍ବର ଆଧାରରେ ପୋଲିସ ତଦନ୍ତ କରିବା ପରେ କେନ୍ଦ୍ରାପଡାର ସୁତାଂଶୁ ମହାନ୍ତି ଓ ଭୁବନେଶ୍ୱର ମଞ୍ଚେଶ୍ବରରେ ଥିବା ଜଣେ କବାଡି ଖାନା ମାଲିକ ଗିରଫ କରିଥିଲା ।
ଗିରଫ ସୁତାଂଶୁଙ୍କ ପୂର୍ବରୁ ଏକ ଫିଲ୍ମ ରିଲିଜ ହୋଇସାରିଛି । ଏବେ ଆଉ ଏକ ଫିଲ୍ମ ରିଲିଜ ଅପେକ୍ଷାରେ ଅଛି । ଫିଲ୍ମ ନିର୍ମାଣରେ ହୋଇଥିବା କ୍ଷତି ଭରଣା ପାଇଁ ମିକ୍ସର ମେସିନକୁ ସୁତାଂଶୁ ଚୋରି କରିଥିବା ଜଣାପଡିଛି । ମିକ୍ସର ମେସିନକୁ ଏଭଳି ଢଙ୍ଗରେ ଚୋରି କରିନେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।












Click it and Unblock the Notifications