ବସଷ୍ଟାଣ୍ଡରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସୁପରଭାଇଜର

ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ସୁପରଭାଇଜର ।

ନୂଆପଡା: ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ସୁପରଭାଇଜର । ସିନାପାଲି ବ୍ଲକ ସାଗୁନଭାଡି-୨ ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ବିକାଶ ରଞ୍ଜନ ବାଗଙ୍କଠାରୁ ସୁପରଭାଇଜର ହର୍ଷମଣି ଦେଇ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଆଉ ସିନାପାଲି ବସଷ୍ଟାଣ୍ତରେ ଲାଞ୍ଚ ନେଲାବେଳେ ଭିଜିଲାନସ୍ ଧରିଛି । ଏବେ ତାଙ୍କ ଅଁଅଲାଭଟା ନିଜ ଘର, ଖଡିଆଳ ଘର,ସିନାପାଲି ଭଡାଘର ଓ ଅଫିସରେ ଚଢାଉ ଚାଲିଛି ।

Nuapada

ପ୍ରଥମେ ସେ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଓ ପରେ ସେ ଲାଞ୍ଚ କମାଇ ୮୦ ହଜାର ଟଙ୍କା ନେବା ପାଇଁ ରାଜି ହୋଇଥିଲେ । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ସୁପଭାଇଜର ଖଡିଆଳ ଥାନା ଅଁଳାଭଟା ଗାଁର ହୋଇଥିବା ବେଳେ ଖଡିଆଳରେ ସେ ଭଡା ରହୁଥିଲେ । ସିନାପାଲି ଅଫିସ୍ ଓ ଖଡିଆଳ ଭଡାଘର ସମେତ ୩ ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+