ଓୟୋ ରୁମରେ ହିଡେନ୍ କ୍ୟାମେରା , ପୋଲିସ ହାତରେ ଅଭିଯୁକ୍ତ
ଓୟୋ ରୁମରେ ହିଡେନ କ୍ୟାମେରା । ରୁମରେ ହିଡେନ କ୍ୟାମେରେ ହେଉଛି ଦମ୍ପତିଙ୍କୁ ବ୍ଲାକମେଲ କରୁଥିବା ଏକ ଗ୍ୟାଙ୍ଗକୁ ପୋଲିସ ଧରିଛି।
ନୋଏଡା: ଓୟୋ ରୁମରେ ହିଡେନ କ୍ୟାମେରା । ରୁମରେ ହିଡେନ କ୍ୟାମେରେ ହେଉଛି ଦମ୍ପତିଙ୍କୁ ବ୍ଲାକମେଲ କରୁଥିବା ଏକ ଗ୍ୟାଙ୍ଗକୁ ପୋଲିସ ଧରିଛି। ହୋଟେଲରେ ରହୁଥିବା ଦମ୍ପତିଙ୍କ ସମଗ୍ର ଗତିବିଧି ରେକର୍ଡ କରୁଥିଲା ଏହି କ୍ୟାମେରା । ଏହାପରେ କପଲଙ୍କୁ ରେକର୍ଡେଡ ଭିଡିଓ ପଠାଇବା ସହିତ ବ୍ଲାକମେଲ କରି ଟଙ୍କା ମାଗିଥିଲେ ଅଭିଯୁକ୍ତ। ଟଙ୍କା ଦେବାକୁ ମନା କରିବାରୁ ସୋଶାଲ ମିଡିଆରେ ଭାଇରାଲ କରିଦେବା ନେଇ ଦେଉଥିଲେ ଧମକ । ରାଜଧାନୀ ଦିଲ୍ଲୀର ନୋଏଡାରୁ ମିଳିଛି ଏଭଳି ଏକ ଖବର ।

ଏଡିସିପିଙ୍କ ଅନୁସାରେ, ଅଭିଯୁକ୍ତ ଦୁହେଁ ଏଭଳି ଅପରାଧ ଘଟାଇବା ପୂର୍ବରୁ ସେହି ହୋଟେଲରେ ରହିଥିଲେ । ଫଳରେ ସେଠାରେ କ୍ୟାମେରା ଲଗାଇ ସେଠାରୁ ଚାଲିଯାଇଥିଲେ । ଏହାର କିଛି ଦିନ ପରେ ସେହି ରୁମରେ ଏକ ଦମ୍ପତି ରହିଥିଲେ , ଫଳରେ ତାଙ୍କର ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ରେକର୍ଡ କରିବା ସହିତ ସେମାନଙ୍କୁ ଟଙ୍କା ମାଗିବା ଆରମ୍ଭ କରିଥିଲେ । ଏହାପରେ ପୋଲିସ ଖବର ପାଇ ଏହି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ 11 ଟି ଲାପଟପ୍, 7 ଟି CPU, 21ଟି ମୋବାଇଲ୍, 22ଟି ଏଟିଏମ୍ କାର୍ଡ, ଗୋଟିଏ ପ୍ୟାନ୍ କାର୍ଡ, ଗୋଟିଏ ଆଧାର କାର୍ଡ, ଟି 49ଆଇଡି କାର୍ଡ, 26ଟିସିମ୍ ଇତ୍ୟାଦି ପାଇଛି। ଏଥିସହିତ ଅଭିଯୁକ୍ତମାନଙ୍କ ପାଖରୁ ଅନେକ ଅଶ୍ଳୀଳ ଭିଡିଓ ମିଳିଛି।












Click it and Unblock the Notifications