ପୁଣି ନିରାଶ ହେଲେ ଆର୍ଯ୍ୟନ ଖାନ, ଜମାନତ ଆବେଦନର ଶୁଣାଣୀ କାଲି ଯାଏଁ ସ୍ଥଗିତ
ମୁମ୍ବାଇ : ଡ୍ରଗ୍ସ ସେବନ ଅଭିଯୋଗରେ ଗିରଫ ହୋଇଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି ପୁଣି ଅଟକିଲା। ବମ୍ବେ ହାଇକୋର୍ଟରେ ହୋଇଥିବା ଜାମିନ ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି କୋର୍ଟ । ଆସନ୍ତାକାଲି ଅପରାହ୍ନ ସାଢ଼େ ୨ଟାରେ ଜାମିନ ଆବେଦନର ଶୁଣାଣି ହେବ । ଜାମିନ ପାଇବାକୁ ଆଶା କରିଥିବା ଆର୍ଯ୍ୟନଙ୍କୁ ପୁଣି ନିରାଶ ହେବାକୁ ପଡିଛି ।

ଆଜି ଦୀର୍ଘ ସମୟ ଧରି ଆର୍ଯ୍ୟନଙ୍କ ଓକିଲ ମୁକୁଲ ରୋହତଗୀ ପକ୍ଷ ରଖିଥିଲେ । ଆର୍ଯ୍ୟନଙ୍କୁ ଜାମିନ ଦେବାକୁ ସେ କୋର୍ଟରେ ଗୋଟିଏ ପରେ ଗୋଟିଏ ଯୁକ୍ତି ବାଢ଼ିଥିଲେ । ହେଲେ କୋର୍ଟ ଶୁଣାଣିକୁ ଆସନ୍ତାକାଲି ଏନେଇ ଶୁଣାଣି କରିବେ ବୋଲି କହିଛନ୍ତି । ଅନ୍ୟପଟେ ଡ୍ରଗ୍ନ କାରବାର ନେଇ କୋର୍ଟରେ ବଳିଷ୍ଠ ପ୍ରମାଣ ଉପସ୍ଥାପନ କରିଛି ଏନସିବି । ତେବେ ଆସନ୍ତାକାଲି ଆର୍ଯ୍ୟନଙ୍କୁ ଜାମିନ ମିଳିବ ନା ପୁଣି ଘୁଞ୍ଚିବ ଶୁଣାଣି ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି । କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲା ଏନସିବି । ଗତ ଅକ୍ଟୋବର ୮ ତାରିଖରୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି ଆର୍ଯ୍ୟନ ।












Click it and Unblock the Notifications