ଗିରଫ ହେଲେ କଳିଯୁଗର ରାମ-ଲକ୍ଷ୍ମଣ...

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଓ ତାଙ୍କ ସାନ ଭାଇ ଲକ୍ଷ୍ମଣ। ଦୁର୍ନୀତି କାରବାରରେ ରାମଚନ୍ଦ୍ରଙ୍କ ପ୍ରମୁଖ ସହଯୋଗୀ ଥିଲେ ଲକ୍ଷ୍ମଣ।

ଭୁବନେଶ୍ୱର: ତହସିଲଦାରଙ୍କ ନାମ ରାମଚନ୍ଦ୍ର ଏବଂ ସାନଭାଇଙ୍କ ନାମ ଲକ୍ଷ୍ମଣ । ଯେଉଁମାନେ ଏବେ ପୋଲିସ କବଜାରେ । ଏମାନଙ୍କୁ ଏବେ କଳିଯୁଗର ରାମ-ଲକ୍ଷ୍ମଣ ଆଖ୍ୟା ଦେଇଛନ୍ତି ଲୋକେ । ସାନ ଭାଇ ଲକ୍ଷ୍ମଣଙ୍କ ସହ ମିଶି ଦୁର୍ନୀତି କରୁଥିଲେ ତହସିଲଦାର ରାମଚନ୍ଦ୍ର ଜେନା । ସାନଭାଇ ମାଧ୍ୟମରେ ଟଙ୍କା କାରବାର କରୁଥିଲେ ରାମ ।

nimapara tahsildar

ଘଟଣା କଣ ?

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଓ ତାଙ୍କ ସାନ ଭାଇ ଲକ୍ଷ୍ମଣ। ଦୁର୍ନୀତି କାରବାରରେ ରାମଚନ୍ଦ୍ରଙ୍କ ପ୍ରମୁଖ ସହଯୋଗୀ ଥିଲେ ଲକ୍ଷ୍ମଣ। ଭାଇ ରାମଚନ୍ଦ୍ରଙ୍କଠାରୁ ଟଙ୍କା ଆଣି ବ୍ୟାଙ୍କରେ ରଖୁଥିଲା ଲକ୍ଷ୍ମଣ। ସୋମବାର ଭାଇଙ୍କଠାରୁ ଫୋନ ପାଇ ୪.୫ ଲକ୍ଷ ଆଣିବାକୁ ଯାଇଥିଲେ ଲକ୍ଷ୍ମଣ। ଜେରା ବେଳେ ଗତ ସେପ୍ଟେମ୍ୱରରେ ୧୦ ଲକ୍ଷ ଆଣିଥିବା ମାନିଲା। ୩ ଥରରେ ଭାଇଠାରୁ ୧୦ ଲକ୍ଷ ଆଣି ବ୍ୟାଙ୍କରେ ଜମା କରିଥିବା ମାନିଛି ଲକ୍ଷ୍ମଣ। ଅସତ ଉପାୟରେ ଭାଇ ସଂଗ୍ରହ କରୁଥିବା ଟଙ୍କା ରଖୁଥିଲା ଲକ୍ଷ୍ମଣ।

ସବୁଠାରୁ ବଡ଼ କଥା ହେଉଛି ବାବୁ ରାମ ନିଜ ନାଁରେ ୫ଟି ପାନ୍‌କାର୍ଡ କରିଛନ୍ତି। ପ୍ରତି ପାନ୍‌କାର୍ଡରେ ଅଲଗା ଅଲଗା ଅଲଗା ଜନ୍ମ ତାରିଖ ଓ ବାପାଙ୍କ ନାଁ ରହିଛି। କେଉଁଠି ବୈଷ୍ଣବ ଜେନା, କେଉଁଠି ଖଗେଶ୍ୱର ଜେନା ତ ଆଉ କେଉଁଠି ରହିଛି ନାରାୟଣ ଜେନା। ରାମଚନ୍ଦ୍ର ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ତେବେ ଏଠି ପ୍ରଶ୍ନ ଉଠୁଛି, ସରକାରୀ ବାବୁ ଜଣକ ୫ଟି ପାନ କାର୍ଡ ପାଇଲେ କେମିତି? କାହିଁକି କରିଥିଲେ ଏତେ ଗୁଡାଏ ପାନ କାର୍ଡ?

ତେବେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରାମଚନ୍ଦ୍ରଙ୍କ ଘର ଓ କାର୍ଯ୍ୟାଳୟରେ ଚଢାଉ ବେଳେ ତାଙ୍କ ଅଫିସରୁ ମିଳିଥିଲା ୪ ଲକ୍ଷ ୬୫ ହଜାର ଟଙ୍କା । ଯାହାର ହିସାବ ଦେଇପାରିନଥିଳେ ଏହି ସରକାରୀ ବାବୁ । ଫଳରେ ଆରମ୍ଭ ହୋଇଥିଲା ତନାଘନା। ଏକାସଙ୍ଗେ ନିମାପଡ଼ା ଅଫିସ, ବାସଭବନ, କଟକ ସିଡିଏ ଘର, କେନ୍ଦ୍ରାପଡା ଗରଦପୁର ବ୍ଳକ ଧାନମଣ୍ଡଳରେ ଥିବା ଘରେ ଚଢଉ କରିଥିଲା ଭିଜିଲାନ୍ସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+