ନିକ୍କି ଯାଦବ ହତ୍ୟାକାଣ୍ତ: ୫ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ନିକ୍କି ଯାଦବ ହତ୍ୟାକାଣ୍ତ ମାମଲା । ୫ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସାହେଲ ଗେହଲଟଙ୍କ ବାପା ଭିରେନ୍ଦର୍ ସିଂଙ୍କୁ ମଧ୍ୟ ଗିରଫ କରାଯାଇଛି ।

Nikki Yadav

Nikki Yadav Murder Case: ନିକ୍କି ଯାଦବ ହତ୍ୟାକାଣ୍ତ ମାମଲା । ୫ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସାହେଲ ଗେହଲଟଙ୍କ ବାପା ଭିରେନ୍ଦର୍ ସିଂଙ୍କୁ ମଧ୍ୟ ଗିରଫ କରାଯାଇଛି । ଅକ୍ଟୋବର ୨୦୨୦ରେ ସାହେଲ ନିକ୍କିଙ୍କୁ ବିବାହ କରିଥିଲେ । ସାହେଲ-ନିକ୍କି ବିବାହକୁ ନେଇ ତାଙ୍କ ଘରେ ଆଶାନ୍ତି ଲାଗି ରହିଥିଲା । ସବୁ ଜାଣି ମଧ୍ୟ ୨୦୨୨ରେ ପୁଅର ଅନ୍ୟତ୍ର ବିବାହ ସ୍ଥିର କରିଥିଲେ ସାହେଲଙ୍କ ପିତା । ବିବାହ ଦିନ ନିକ୍କିଙ୍କୁ ମାରି ଅନ୍ୟତ୍ର ବିବାହ କରିଥିଲେ ସାହେଲ ।

ଦେଶର ରାଜଧାନୀ ଦିଲ୍ଲୀର ନିକ୍କି ଯାଦବଙ୍କ ହତ୍ୟା ମାମଲାର ତଦନ୍ତ ଜାରି ରହିଛି । ଶନିବାର ଦିନ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ସାହେଲ ଗେହଲୋଟଙ୍କ ପିତା ବିରେନ୍ଦ୍ର ସିଂ, ଭାଇ ଆଶିଷ ଏବଂ ନବୀନ, ବନ୍ଧୁ ଲୋକେଶ ଏବଂ ଅମରଙ୍କୁ ନିକିଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ଅଭିଯୋଗରେ ଗିରଫ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗିରଫ ଅଭିଯୁକ୍ତ ନବୀନ ହେଉଛନ୍ତି ନୂଆଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ।

ରିପୋର୍ଟ ଅନୁସାରେ, ପୋଲିସ ରିମାଣ୍ଡରେ ଥିବା ସାହେଲ ଗେହଲଟଙ୍କୁ ଲଗାତାର ଜେରା କରାଯାଉଛି । ପଚରାଉଚରା କରିବା ସମୟରେ ସେ ନିଜର ସମ୍ପୂର୍ଣ୍ଣ ଯୋଜନା ବିଷୟରେ ପୋଲିସକୁ ଜଣାଇଥିଲା । ନିକ୍କି ହତ୍ୟା ପଛରେ ଥିବା ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲା । ମୁଖ୍ୟ ଆରୋପି ସାହିଲଙ୍କ ସୂଚନା ଅନୁସାରେ, ପ୍ରଥମେ ସେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିଲେ ଏହା ପରେ ସେ ନିଜେ ନିକ୍କିଙ୍କ ହାତ୍ୟା କରିଥିଲେ ପରେ ସେ ଅନ୍ୟ ଅଭିଯୁକ୍ତମାନଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ଏହା ପରେ ସମସ୍ତେ ଏକାଠି ବିବାହ ସମାରୋହରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସମସ୍ତ ୫ ଜଣ ସହ-ଅଭିଯୁକ୍ତକୁ ପଚରାଉଚରା କରାଯାଇଥିଲା । ପରେ ତାଙ୍କୁ ଗିରଫ କରାଯାଇଥିଲା । ନବୀନ ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ । ଅଧିକ ତଦନ୍ତ ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+