Get Updates
Get notified of breaking news, exclusive insights, and must-see stories!

ଫେସବୁକରେ ଲୋକଙ୍କୁ ଫସାଉଥିଲେ ନାଇଜେରିଆ ଦମ୍ପତି, ଦିଲ୍ଲୀରୁ ଗିରଫ କଲା ବାଲେଶ୍ୱର ସାଇବର ପୋଲିସ

Nigerian Couples Honey Trapping Through Facebook, Arrested By Balasore's Cyber Crime At Delhiଫେସବୁକରେ ଲୋକଙ୍କୁ ଫସାଉଥିଲେ ନାଇଜେରିଆ ଦମ୍ପତି, ଦିଲ୍ଲୀରୁ ଗିରଫ କଲା ବାଲେଶ୍ୱର ସାଇବର ପୋଲିସ

ବାଲେଶ୍ୱର: ଆଜି କାଲି ସୋସିଆଲ ମିଡିଆରେ ଠକାମିର ଶିକାର ହେଉଛନ୍ତି ଅନେକ ଲୋକ । ଟେକ୍ନୋଲୋଜି ବଢିବା ସହ ବଢୁଛି କ୍ରାଇମ୍ । ଏବେ ପୁଣି ଏମିତି ଏକ ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ଫେସବୁକରେ ଲୋକଙ୍କୁ ଫସେଇ କରୁଥିଲେ ଲୁଟ୍ । ଯେଉଁଥି ପାଇଁ ଏବେ ଦିଲ୍ଲୀ ପୋଲିସ ସାହାର୍ଯ୍ୟରେ ନାଇଜେରିଆନ୍ ଦମ୍ପତିଙ୍କୁ ଦିଲ୍ଲୀରୁ ଗିରଫ କରିଛି ବାଲେଶ୍ୱର ସାଇବର ପୁଲିସ । ଏମାନେ ଦାମୀ ଗିଫ୍ଟର ଲୋଭ ଦେଖାଇ ଲୁଟ୍ କରୁଥିଲେ ।

CRIME

ତେବେ ଏହି ଦମ୍ପତି ଦିଲ୍ଲୀରେ ରହି ସାଇବର ଠକେଇ କରୁଥିଲା । ଏମାନେ ସୋସିାଲ ମିଡିଆରେ ଦାମି ଗିଫ୍ଟର ଲୋଭ ଦେଖାଇ ଲୋକଙ୍କୁ ଠାରୁ ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ପ୍ରଥମେ ଏମାନେ ବନ୍ଧୁତା କରୁଥିଲେ କିଛି ଦିନ ଚାଟିଂ କରି ବ୍ୟକ୍ତିର ବିଶ୍ୱାସ ଜିତିବା ପରେ ହିଁ ଏମାନେ ଫୋନ୍ ନମ୍ବର ଦିଆନିଆ କରୁଥିଲେ । ଏଥର ଏମାନଙ୍କ ଜାଲରେ ପଡିଯାଇଥିଲେ ବାଲେଶ୍ୱରର ଜଣେ ସରକାରୀ ଚାକିରିଆ । ଯାହାଙ୍କୁ ଫସାଇ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିଲେ । ଯାହା ପରେ ସେ ସାଇବ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି କ୍ରାଇମରେ ସାମିଲ ଅଛନ୍ତି ନାଇଜେରିଆର ଜଣେ ଯୁବକ ଓ ନାଗାଲାଣ୍ଡ ଜଣେ ମହିଳା । ଉଭୟ ବିବାହ କରିବା ପରେ ଦିଲ୍ଲୀରେ ହିଁ ରହୁଥିଲେ । ଏହି ମାମଲାରେ ବର୍ତ୍ତମାନ ବାଲେଶ୍ୱର ସାଇବର ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏନେଇ ଆଜି ବାଲେଶ୍ୱର ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+