ମାଓବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା: ଓଡ଼ିଶା ସମେତ ୪ ରାଜ୍ୟରେ ଏନ୍‌ଆଇଏ ଚଢ଼ାଉ

ଭୁବନେଶ୍ୱର: ଓଡିଶାରେ ଏନଆଇଏର ବ୍ୟାପକ ଚଢାଉ । ମାଓବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏନଆଇଏ କରିଛି ଏହି ଚଢାଉ । ଓଡ଼ିଶା ସମେତ ୪ଟି ରାଜ୍ୟରେ ଗତ ଶନିବାର ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ଚଢାଉ କରିଛି। ଓଡ଼ିଶା ସମେତ ବିହାର, ଝାରଖଣ୍ଡ ଓ ଆନ୍ଧ୍ରପ୍ରଦେଶର ୨୬ଟି ସ୍ଥାନରେ ରହୁଥିବା ଅଭିଯୁକ୍ତ ଓ ସନ୍ଦିଗ୍ଧ ମାନଙ୍କ ଘରେ ଚଢ଼ାଉ କରି ସେମାନଙ୍କ ଠାରୁ ୩ଟି ଦେଶୀବନ୍ଧୁକ, ଗୋଟିଏ ୩୧୫ ବୋର୍ ରାଇଫଲ୍‌, ୫୯ଟି ଅଫୁଟାଗୁଳି, ଏକାଧିକ ଡିଜିଟାଲ ଡିଭାଇସ୍‌, ନକ୍ସଲ ବହି, କାଗଜପତ୍ର ସମେତ ୪କିଲୋଗ୍ରାମର ନିଶାଦ୍ରବ୍ୟ ଜବତ କରାଯାଇଛି।

NIA

ଚଢାଉ ସମୟରେ ଏକାଧିକ ଅଭିଯୁକ୍ତଙ୍କୁ ଏନ୍‌ଆଇଏ କାବୁ କରିଛି। ସୂଚନା ଅନୁଯାୟୀ, ବିହାରର ମଗଧ ଅଞ୍ଚଳରେ ଥିବା ସିପିଆଇ(ମାଓବାଦୀ) କ୍ୟାଡର୍ ଏବଂ ଓଭର ଗ୍ରାଉଣ୍ଡ୍ ୱାର୍କର୍ସ(ଓଜିଡବ୍ଲୁ) ଦ୍ୱାରା ମାଓବାଦଙ୍କୁ ପାଣ୍ଠି ଯୋଗାଣ ପରିଚାଳନା ହେଉଛି। ବିହାର, ଆନ୍ଧ୍ରପ୍ରଦେଶ, ଛତିଶଗଡ ଏବଂ ଓଡ଼ିଶାର ମାଓବାଦୀମାନେ ଏହି ପାଣ୍ଠି ଦ୍ୱାରା ପରିଚାଳିତ ହେଉଥିବା ଲିଙ୍କ୍ ମିଳିଛି । ଏହି ଟଙ୍କାରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର କିଣୁଛନ୍ତି । ଏଥିସହ ନୂଆ କ୍ୟାଡର୍ ମଧ୍ୟ ନିଯୁକ୍ତ ହେଉଛନ୍ତି । ଏହିସବୁ ସମ୍ପର୍କରେ ଜାଣିବା ପରେ ଏନ୍‌ଆଇ ଗିରଫ ହୋଇ ଜେଲ୍‌ରେ ଥିବା ବିଭିନ୍ନ ମାଓବାଦୀଙ୍କୁ ଜେରା କରିଥିଲା । ବିହାରର ଏକାଧିକ ମାଓବାଦୀ ଏବଂ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଥିବା ଦୁବାସି ଶଙ୍କରଙ୍କୁ ଏନଆଇଏ ପକ୍ଷରୁ ପଚରାଉଚୁରା କରଯାଇଥିଲା।

ଏଥିମଧ୍ୟରୁ ଓଡ଼ିଶାରେ ମାଓବାଦୀଙ୍କ ପାଖକୁ କେଉଁଠାରୁ ପାଣ୍ଠି ଆସୁଛି, ସେସମ୍ପର୍କରେ ଦୁବାସି ଏନ୍‌ଆଇଏକୁ କହିଥିବା ଅନୁମାନ କରାଯାଉଛି । ଏହାପରେ ଏନ୍‌ଆଇଏ ଏକ ମାମଲା ରୁଜୁ କରି ବିହାରର ୨୩ଟି ସ୍ଥାନରେ ଚଢ଼ାଉ କରିଥିବାବେଳେ ଓଡ଼ିଶାର ଭୁବନେଶ୍ୱର, ଝାରଖଣ୍ଡର କୋଡେର୍ମା ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ନେଲୋର୍‌ରେ ଚଢ଼ାଉ କରିଛି । ଏହିସବୁ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଏନ୍‌ଆଇଏ ଅଟକ ରଖି ପଚରାଉଚରା କରୁଛି । ଏଥିସହ ସେମାନଙ୍କ ନିକଟରୁ ମାଓ କାର୍ଯ୍ୟକଳାପରେ ବ୍ୟବହୃତ ବିଭିନ୍ନ ଜିନିଷ ଜବତ ହୋଇଛି । ଏହି ଚଢ଼ାଉରେ ଏନ୍‌ଆଇଏକୁ ରାଜ୍ୟ ଗୁଡ଼ିକର ସ୍ଥାନୀୟ ପୁଲିସ, ବିହାର ସ୍ପେଶାଲ ଟାକ୍ସ ଫୋର୍ସ, ସିଆର୍‌ପିଏଫ୍ ସହଯୋଗ କରିଥିଲେ । ତଥ୍ୟକୁ ଆଧାର କରି ଆଗାମୀ ଦିନରେ ଆହୁରି ଅଧିକ ଚଢାଉ କରାଯିବ ବୋଲି ସୂଚନା ମିଳୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+