ଆଣ୍ଟିଲିଆ କେସ: ହାଉସ ଆରେଷ୍ଟ ପାଇଁ କରିଥିବା ସଚିନ ବାଜେର ଆବେଦନ ଖାରଜ

ନୂଆଦିଲ୍ଲୀ: ଏଣ୍ଟିଲିଆ କେସରେ ବୁଧବାର ଏନଆଇଏର ବିଶେଷ ଅଦାଲତ ମୁଖ୍ୟ ଆରୋପି ତଥା ପୂର୍ବତନ ପୁଲିସ ଇନ୍ସପେକ୍ଟର ସଚିନ ବାଜେଙ୍କ ହାଉସ ଆରେଷ୍ଟ ଆବେଦନ ଖାରଜ କରିଦେଇଛନ୍ତି । ଆଣ୍ଟିଲିଆ କେସରେ ଗିରଫ ହୋଇଥିବା ବାଜେ ଏନଆଇଏର ବିଶେଷ ଅଦାଲତରେ ଆବେଦନ କରିଥିଲେ ଯେ, ତାଙ୍କୁ ଜେଲ ବଦଳରେ ଘରେ ନଜର ବନ୍ଦୀ ବା ହାଉସ ଆରେଷ୍ଟ କରି ନିଜ ଘରେ ରହିବାକୁ ଅନୁମତି ପ୍ରଦାନ କରାଯାଉ। ହୃଦରୋଗ ସର୍ଜରୀ ପରେ ୩ ମାସ ପାଇଁ ଜେଲ ବଦଳରେ ଘରେ ନଜର ବନ୍ଦୀ ଭାବରେ ରଖିବା ପାଇଁ ବାଜେ ଆବେଦନ କରିଥିଲେ । ତେବେ ଏନଆଇଏ ପକ୍ଷରୁ ଏହାକୁ ବିରୋଧ କରଯାଇଥିଲା।

ସଚିନ ବାଜେ

ଏନଆଇଏ ତରଫରୁ କୁହା ଯାଇଥିଲା ଯେ, ବାଜେକୁ ହାଉସ ଆରେଷ୍ଟ ଅନୁମତି ଦିଆଯିବ ଉଚିତ ହେବ ନହିଁ । ସୁସ୍ଥ ହେବ ପର୍ଯ୍ୟନ୍ତ ବାଜେକୁ ସରକାରୀ ହସ୍ପିଟଲରେ ରଖାଯାଉ ବୋଲି ଏନଆଇଏ ବିଶେଷ ଅଦାଲତକୁ ଅନୁରୋଧ କରିଥିଲା । ଅଦାଲତଙ୍କ ନିଷ୍ପତ୍ତି ଅନୁସାରେ ବାଜେକୁ ଜେଲ ପରିସରରେ ଥିବା ହସ୍ପିଟାଲରେ ରଖାଯିବ । ତେବେ ବାଜେକୁ ଘରୋଇ ଖାଦ୍ୟ ପ୍ରଦାନ କରାଯାଇ ପାରିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟଯେ, ଆଣ୍ଟିଲିଆ ସମ୍ମୁଖରେ ବିସ୍ଫୋରୋକ ସାମଗ୍ରୀ ରଖିବା ମାମଲାରେ ସଚିନ ବାଜେକୁ ନାଟକୀୟ ଢଙ୍ଗରେ ଗିରଫ କରିଥିଲା ଏନଆଇଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+