ଚଉଠି ରାତିରେ ଶାଶୂଘରୁ ଚୋରୀ : 3 ଭରିରୁ ଅଧିକ ଅଳଙ୍କାର ଓ ଟଙ୍କା ସହିତ ଝରକା ତାଡି ନୂଆବୋହୂ ଛୁ
ଚଉଠି ରାତିରେ ଶାଶୂଘରୁ ବୁଲାଇଲା କଳାକନା । ଅଳଙ୍କାର ଓ ଟଙ୍କା ନେଇ ଝରକାତାଡି ଛୁ ମାରିଲା ନୂଆବୋହୂ
ଭୁବନେଶ୍ୱର : ବୈଦିକ ରୀତିରେ ହେଲା ବାହାଘର । ଦାବି ମୁତାବକ କନିଆଁ ଘରୁ ଦିଆଗଲା ଯୌତୁକ । ବୋହୂ ପାଇ ଶାଶୂଘର ଲୋକ ଖୁସି । ହେଲେ ଚକମା ଦେଇଦେଲା ନୂଆବୋହୂ । ଚଉଠି ରାତିରେ ଶାଶୂଘରୁ ବୁଲାଇଲା କଳାକନା । ଅଳଙ୍କାର ଓ ଟଙ୍କା ନେଇ ଝରକାତାଡି ଛୁ ମାରିଲା ନୂଆବୋହୂ । ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିବା ଏହି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋହ ହୋଇଛି ।
ଡୁମଡୁମା ରଘୁନାଥନଗର ରହୁଥିବା ସନ୍ତୋଷ ବାରିକ (ଛଦ୍ମନାମ) ଙ୍କୁ ଆଇଗଣିଆ ଫୁଲେଶ୍ୱର ବସ୍ତିରେ ରହୁଥିବା ମିଲି (ଛଦ୍ମନାମ) ଗତ 7 ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ ।

ବିବାହ ବେଳେ ଦାବି ମୁତାବକ ଯୌତୁକ ଓ ଅନ୍ୟ ଆସବାବପତ୍ର ସନ୍ତୋଷଙ୍କ ଘରକୁ ମିଳିଥିଲା । ଦମ୍ପତ୍ତିଙ୍କ ଚତୁର୍ଥୀ କାର୍ଯ୍ୟକ୍ରମ 10 ତାରିଖ ରାତିରେ ସରିଥିଲା । ସେହି ରାତିରେ ମିଲିଙ୍କ ଡ୍ରାମା ଆରମ୍ଭ ହେଲା । ସେ ରାତି ସାଢ଼େ 10ଟାରେ ଶ୍ୱଶୁର ଘର ଲୋକଙ୍କୁ କହିଥିଲେ ଯେ, ତାଙ୍କର ମୁଣ୍ଡ ବୁଲାଇ ହେଉଛି । ଶ୍ୱଶୁର ଲୋକେ ତାଙ୍କ ମୁଣ୍ଡରେ ତେଲ ମାଲିସ କରିଥିଲେ । ମେଡିସିନ୍ ଆଣିବା ପାଇଁ କହିବାରୁ ସେ ମନା କରିବା ସହିତ କହିଥିଲେ, ମୁଁ ଟିକେ ଶୋଇ ପଡୁଛି । ମତେ କେହି ହଇରାଣ କରିବନି । କି ମତେ ଉଠାଇବନି । ଏମିତି କହି ସେ ରୁମ୍ ଭିତର ପଟୁ ବନ୍ଦ କରି ଶୋଇପଡିଲେ ।
ତା' ପରଦିନ ସକାଳୁ ଶ୍ୱଶୁର ଘର ଲୋକ ଯେତେ କବାଟ ବାଡେଇଲେ ବି ରୁମ୍ କବାଟ ଖୋଲିନଥିଲା । କିଛି ଅଘଟଣ ଆଶଙ୍କାରେ ତୁରନ୍ତ ଘର କବାଟକୁ ଭାଙ୍ଗି ରୁମ୍ ଭିତରକୁ ପଶିଥିଲେ ପରିବାର ଲୋକେ । ରୁମ୍ରେ ନୂଆବୋହୂ ନଥିଲେ । ଘର ଝରକା ଭଙ୍ଗା ଥିବା ଦେଖିବା ସହ ଆଲ୍ମିରାରୁ 3 ଭରି ସୁନାଗହଣା ଓ 50 ହଜାର ଟଙ୍କା ଥିବା ବ୍ୟାଗ ଗାଏବ୍ ଥିଲା ବୋଲି ଥାନାରେ ହୋଇଥିବା ଅଭିଯୋଗରେ ଶଶୂରଘର ଲୋକ ଉଲ୍ଲେଖ କରିଥିବା ଜଣାପଡିଛି । ଅନେକ ଖୋଜାଖୋଜି ପରେ ଗତ 11 ତାରିଖରେ ଏସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ନବବୋଧୂକୁ ଖୋଜିବା ଆରମ୍ଭ କରିଛି ।












Click it and Unblock the Notifications