କର୍ଣ୍ଣାଟର ଅଶ୍ଳୀଳ ଭିଡିଓ ମାମଲା: ଜେଡିଏସ୍ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କ ନାଁରେ ଦୁଷ୍କର୍ମ ମାମଲା
Prajwal Revanna Case: କର୍ଣ୍ଣାଟର ଅଶ୍ଳୀଳ ଭିଡିଓ ମାମଲା । ଜେଡିଏସ୍ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କ ନାଁରେ ରୁରୁ ହେଲା ଦୁଷ୍କର୍ମ ମାମଲା । ସ୍ପେଶାଲ୍ ଇନଭେଷ୍ଟିଗେସନ ଟିମ୍ ତାଙ୍କ ବିରୁଧରେ ଏହି ମାମଲା ରୁଜୁ କରିଥିବା ନେଇ ସୂଚନା ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଯେ, ଏହା ପ୍ରଜ୍ଳଳଙ୍କ ନାଁରେ ରୁଜୁ ହୋଇଥିବା ଦ୍ୱିତୀୟ ଦୁଷ୍କର୍ମ ମାମଲା ।

ଆଇପିସି ଧାରା ଅନୁସାରେ, ୩୭୬ ଅନୁସାରେ ଏକ ମାମଲା ରୁଜୁ ହୋଇଛି । ଯେଉଁଥିରେ, ଧାରା ୩୭୬(୨) (ଏନ), ୫୦୬, ୩୫୪A(୧) (ii), ୩୫୪(ବି), ୩୫୪(ସି) ଏବଂ ଆଇଟି ଆକ୍ଟ ଅନୁସାରେ ଅଭିଯୋଗ ତାଲିଭୁକ୍ତ କରାଯାଇଛି ।
ପ୍ରଜ୍ୱଳଙ୍କ ବିରୋଧରେ ଏସଆଇଟି ଅଧିକାରୀ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏଫଆଇଆର ଦାଖଲ କରିଛନ୍ତି । ଅଶ୍ଳୀଳ ଭିଡିଓ ରାକେଟ୍ ସହ ଦୁଷ୍କର୍ମ ପରି ସଙ୍ଗୀନ ଅଭିଯୋଗ ପ୍ରଜ୍ୱଳଙ୍କ ନାଁରେ ରହିଛି ହେଲେ ସେ ବିଦେଶ ପଳାୟନ କରିଛନ୍ତି ଯେଉଁଥି ପାଇଁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ । ବର୍ତ୍ତମାନ ସେ ଜର୍ମାନୀରେ ଥିବା ନେଇ ସୂଚନା ରହିଛି ।
ସୂଚନାଥାଉ ଯେ, ସୋସିଆଲ ମିଡିଆରେ ପ୍ରଜ୍ୱଳ ରେଭାନ୍ନାଙ୍କର ଅଶ୍ଳିଳ ଭଡିଓ ଏବଂ ଫଟୋ ଭାଇରାଲ ହୋଇଥିଲା । ଯାହା ପରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା । ଏପରି ତାଙ୍କ ଘର କାମ କରୁଥିବା ସହାୟିକା ମଧ୍ୟ ତାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏପରିକି ତାଙ୍କ ବାପା ରେଭାନ୍ନାଙ୍କ ବିରୋଧରେ ମଧ୍ୟ ଯୌନ ଉତ୍ପୀଡିନ ପରି ଅଭିଯୋଗ ଲାଗିଛି ।












Click it and Unblock the Notifications