ରାଜ୍ୟରେ ଦିନକୁ ୧୫ ଆତ୍ମହତ୍ୟା, ବଢୁଛି ନିର୍ଯାତନା ଓ ଅସଦାଚରଣ ମାମଲା
ରାଜ୍ୟରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବଢ଼ିଛି ଆତ୍ମହତ୍ୟା ଜନିତ ମାମଲା । ଦିନକୁ ୧୫ ଜଣ ଜୀବନ ହାରୁଛନ୍ତି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ୨୦୨୧ ରିପୋର୍ଟରେ ରହିଛି ଏପରି ସାଂଘାତକି ତଥ୍ୟ ।
ଭୁବନେଶ୍ୱର: ରାଜ୍ୟରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବଢ଼ିଛି ଆତ୍ମହତ୍ୟା ଜନିତ ମାମଲା । ଦିନକୁ ୧୫ ଜଣ ଜୀବନ ହାରୁଛନ୍ତି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ୨୦୨୧ ରିପୋର୍ଟରେ ରହିଛି ଏପରି ସାଂଘାତକି ତଥ୍ୟ । କେବଳ ଗତବର୍ଷ ରାଜ୍ୟରେ ୫୬୫୧ ଜଣ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୪୪୧୨ ଥିବା ବେଳେ ୧୨୩୯ ମହିଳା ଆତ୍ମହତ୍ୟା କରିଥିଲେ। ଏହାପଛରେ ପାରିବାରିକ ସମସ୍ୟା ପ୍ରମୁଖ କାରଣ ରହିଛି । ଏହି ସମସ୍ୟା ଯୋଗୁଁ ସର୍ବାଧିକ ୪୦୩୩ ଜଣ ଆତ୍ମହତ୍ୟା କରିଛନ୍ତି। ସେଥିମଧ୍ୟରୁ ୧୩୪ ବିବାହଜନିତ ହୋଇଥିବାବେଳେ ୧୩୨ ଆତ୍ମହତ୍ୟା ପ୍ରେମଜନିତ ହୋଇଥିଲା ।

ରାଜ୍ୟରେ ସମୁଦାୟ ଆତ୍ମହତ୍ୟା ଜନିତ ଘଟଣା ମଧ୍ୟରୁ ୮୩୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଛାତ୍ରଙ୍କ ସଂଖ୍ୟା ୬୯୭ ରହିଥିବାବେଳେ ୧୩୭ ଛାତ୍ରୀ ବିଭିନ୍ନ କାରଣରୁ ନିଜ ଜୀବନ ହାରିଛନ୍ତି । ୨୦୨୦ ତୁଳନାରେ ରାଜ୍ୟରେ ଆତ୍ମହତ୍ୟା ଜନିତ ସଂଖ୍ୟା ୧.୯ % ବୃଦ୍ଧି ପାଇଛି । ଗତବର୍ଷ ୩୦୨ ଜଣ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି । ୨୩୨୨ ଜଣ ବିଷ ପିଇ ଜୀବନ ହାରିଛନ୍ତି । ୨୭୫୩ ଜଣ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ।
ରିପୋର୍ଟ ଅନୁସାରେ ଗତବର୍ଷ ୩୭୭ ଜଣ ଗୃହିଣୀ, ୬୧୮ ଜଣ ବେକାର, ୩୦୨ ଜଣ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି। ୨୭୫୩ ଜଣ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ୨୩୨୨ ଜଣ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ହେଲେ ଗତ ବର୍ଷ କୌଣସି ଚାଷୀ ଆତ୍ମହତ୍ୟା କରିନାହାନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।
ସେହିପରି ମହିଳାଙ୍କ ଉପରେ ନିର୍ଯାତନା ମାମଲା ମଧ୍ୟ ବଢି ଚାଲିଛି।
ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣରେ ଓଡ଼ିଶା ପ୍ରଥମରେ ରହିଛି । ମହିଳାଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ୩ ନମ୍ବରରେ ଥିବା ବେଳେ ସେମାନଙ୍କ ଉପରେ ହେଉଥିବା ନିର୍ଯାତନାରେ ଦେଶର ଟପ୍-୫ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା ।
ଏନସିଆରବି ତଥ୍ୟ ଅନୁସାରେ, ୨୦୨୧ରେ ରାଜ୍ୟରେ ମୋଟ ୧୪,୮୫୩ଟି ନିର୍ଯାତନା ମାମଲା ରୁଜୁ ହୋଇଛି । ସେହପରି ଦୁଷ୍କର୍ମ, ଅପହରଣ ଏବଂ ସ୍ୱାମୀ ଉତ୍ପୀଡ଼ନ ଭଳି ମାମଲା ବୃଦ୍ଧି ପାଇଛି । ଏହି ଭଳି ରାଜ୍ୟରେ ୪, ୮୮୯ ମାମଲା ରହିଛି । ୧୪, ୮୯୧ଟି ଅସଦାଚରଣ ମାମଲା ରହିଛି । ୨୦୨୧ରେ ରାଜ୍ୟରେ ମୋଟ ୩୧ ହଜାର ୩୫୨ଟି ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି । ୧୫୧ଟି ଦୁଷ୍କର୍ମ ଉଦ୍ୟମ, ୮୩୮ଟି ମହିଳା ନିର୍ଯାତନା, ୧୪୫୬ଟି ଦୁଷ୍କର୍ମ, ୧୨ଟି ଦୁଷ୍କର୍ମ ସହ ହତ୍ୟା, ୫୬୫ଟି ସାଇବର କ୍ରାଇମ ମାମଲା ରହିଛି । ୫,୧୭୫ଟି ଅପହରଣ ମାମଲା ରୁଜୁ ହୋଇଛି । ୨୯୩ଟି ଯୌତୁକଜନିତ ହତ୍ୟା ମାମଲା ସହ ଓଡ଼ିଶା ଦେଶର ଷଷ୍ଠ ସ୍ଥାନରେ ରହିଛି । ଆତ୍ମହତ୍ୟା ପାଇଁ ଉସୁକାଇବା ନେଇ ୨୭ଟି ମାମଲା ରୁଜୁ ହୋଇଛି। ୩ ଜଣ ଏସିଡ୍ ଆକ୍ରମଣର ଶିକାର ରହିଛନ୍ତି । ରାଜ୍ୟରେ ମହିଳାଙ୍କ କ୍ଷେତ୍ରରେ ଅପରାଧ ୧ ଲକ୍ଷ ଜନସଂଖ୍ୟାରେ ୧୩୭. ୮ରୁ ବଢ଼ି ୧୧୨. ୯ରେ ପହଞ୍ଚିଛି।
ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ସଡ଼କ ଦୁର୍ଘଟଣା ବଢ଼ିବା ସହିତ ତତ୍ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଛି। ଗତବର୍ଷ ରାଜ୍ୟରେ ୧୦୯୮୩ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫୦୮୧ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୦ ତୁଳନାରେ ଏହା ୧୧.୯ ପ୍ରତିଶତ ଅଧିକ। ସେହିଭଳି ୨୦୨୧ରେ ରେଳ ଦୁର୍ଘଟଣାରେ ୩୦୬ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ସେହିପରି ଆକସ୍ମିକ ଅଗ୍ନିକାଣ୍ଡ ଘଟଣାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ୨୦୨୧ରେ ଓଡ଼ିଶାରେ ୧୨୪୮ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୨୪୮ ଜଣଙ୍କ ମୃତ୍ୟୁ ହୋଇଛି।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications