ମିଳିଲା 3 ବର୍ଷ ସ୍ୱାତୀର ମୃତ ଦେହ : ପାଖ ଗାଁ ପୋଖରୀରେ ଭାସୁଥିଲା ଶବ
ଗତ ପାଞ୍ଚ ଦିନ ଧରି ନିଖୋଜ ଥିବା ନୟାଗଡ଼ ଗାଁର ତିନି ବର୍ଷର ଝିଅ ସ୍ୱାତୀର ମୃତ ଦେହ ମିଳିଛି ।
ନୟାଗଡ : ଗତ ପାଞ୍ଚ ଦିନ ଧରି ନିଖୋଜ ଥିବା ନୟାଗଡ଼ ଗାଁର ତିନି ବର୍ଷର ଝିଅ ସ୍ୱାତୀର ମୃତ ଦେହ ମିଳିଛି । ବଧିପାଟଣା ଗାଁ ପୋଖରୀରୁ ସ୍ୱାତୀର ମୃତ ଦେହ ଉଦ୍ଧାର କରାଯାଇଛି । ପରେ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏଠାରେ ସୂଚନାଥାଉକି, ଗତ 11 ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ସ୍ୱାତୀ କେଉଁ ଆଡେ ନିଖୋଜ ହୋଇଯାଇଥିଲା ।

ଏନେଇ ପୁଲିସରେ ମାମଲା ରୁଜୁ ହେବା ପରେ ତନାଘନା ଆରମ୍ଭ ହୋଇଥିଲା । ପୁଲିସ ଓ ଦମକଳବାହିନୀର ସହାୟତାରେ ଗାଁ ପୋଖରୀ ଠାରୁ ଆରମ୍ଭ କରି କୂଅ ଯାଏଁ ଖୋଜିଥିଲା । ତେବେ ପୋଖରୀ କିମ୍ବା କୂଅରେ ବୁଡି ଯାଇଥିବା ନେଇ ସନ୍ଦେହ ଅଧିକ କରାଯାଉଥିଲା । ସେହିପରି ଗାଁକୁ କିଛି ଫେରିବାଲା ଆସିଥିବା ବେଳେ ସେମାନେ ସ୍ୱାତୀକୁ ନେଇ ଯାଇଥିବା ମଧ୍ୟ ସନ୍ଦେହ କରାଯାଉଥିଲା । ଦୀର୍ଘ ପାଞ୍ଚ ଦିନର ଖୋଜାଖୋଜି ପରେ ଆଜି ସ୍ୱାତୀର ମୃତ ଦେହକୁ ଉଦ୍ଧାର କରାଯାଇଛି ।












Click it and Unblock the Notifications