ନୟାଗଡ଼ ପରୀ ହତ୍ୟା ମାମଲା; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦୋଷୀ
ନୟାଗଡ଼ ପରୀ ହତ୍ୟା ମାମଲା। ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦୋଷୀ । ନୟାଗଡ଼ ପୋକ୍ସୋ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କଲେ ଦୋଷୀ। ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟ ଗଲେ ଦୋଷୀ। ।
ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ୦୬ ଫେବୃଆରୀରେ ପ୍ରକାଶ ପାଇଥିଲା । ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା । ଘର ଆଗରେ ଖେଳୁଥିବାବେଳେ ପରୀ ନିଖୋଜ ହୋଇଯାଇଥିଲା । ୧୦ ଦିନ ପରେ ପରୀର ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ଘଟଣାର ଏସଆଇଟି ତଦନ୍ତ କରାଯିବା ସହ ସରୋଜ ସେଠୀକୁ ଗିରଫ କରାଯାଇଥିଲା । ଗିରଫ ସରୋଜକୁ ପୋକ୍ସୋ କୋର୍ଟ ନାବାଳକ ଦର୍ଶାଇବା ପରେ ତାକୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା ।
ଘଟଣାରେ ୩୧ ଜଣ ସାକ୍ଷୀଙ୍କ ବୟାନ ଗ୍ରହଣ କରାଯାଇଥିବା ବେଳେ ହତ୍ୟାକାଣ୍ଡ ଦିନ ପରିବାର ଲୋକଙ୍କ ଲୋକେସନର ତଥ୍ୟ ପ୍ରଦାନ କରାଯାଇଥିଲା । ୨୦୨୦ ମସିହାରେ ନୟାଗଡ ଯଦୁପୁର ଗାଁର କୁନି ଝିଅ ପରୀକୁ ହତ୍ୟା କରାଯାଇଥିଲା । ଯାହାକୁ ନେଇ ପୂରା ଓଡ଼ିଶା ଉଠିଥିଲା ପଡିଥିଲା ।

ଜୁଲାଇ ୧୪: ଯଦୁପୁର ଗାଁର କୁନି ଝିଅ ଅମ୍ରିତାସ୍ନେହା ସାହୁ ଓରଫ (ପରୀ) ଗାଁ ଦାଣ୍ଡରୁ ଗାଏବ୍
ଜୁଲାଇ ୧୫: ସଦର ଥାନାରେ ପରୀ ପରିବାରର ନିଖୋଜ ନେଇ ଏତଲା
ଜୁଲାଇ ୨୩: ପରୀର ଶବ (କିଛି ହାଡ଼, ଖପୁରୀ) ବାଡ଼ି ପଛ ପଟରୁ ଉଦ୍ଧାର
ଜୁଲାଇ ୨୪: ନିଖୋଜ ମାମଲା ହତ୍ୟା ମାମଲାକୁ ପରିବର୍ଷିତ
ଅଗଷ୍ଟ ୭: ତଦନ୍ତରେ ପୁଲିସର ନିଷ୍କ୍ରିୟତା, ଜୀବନ ପ୍ରତି ବିପଦ ଅଭିଯୋଗ କରି ପରୀର ବାପା ଅଶୋକ ସାହୁ ହାଇକୋର୍ଟଙ୍କ ଦ୍ବାରସ୍ଥ
ସେପ୍ଟେମ୍ବର ୧୧: ପରୀ ପରିବାରର ଆବଶ୍ୟକ ସ୍ଥଳେ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ନୟାଗଡ଼ ଏସ୍ପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନଭେମ୍ବର ୨୪: ନୟାଗଡ଼ ଜିଲ୍ଲା ପୁଲିସ ଠାରୁ ନ୍ୟାୟ ପାଇବା ଆଶା ହରାଇ ବିଧାନସଭା ସମ୍ମୁଖରେ ପରୀ ବାପା-ମା'ଙ୍କ ଆତ୍ମାହୁତି ଉଦ୍ୟମ
ନଭେମ୍ବର ୨୫: ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପରୀ ମାମଲା ସମ୍ପର୍କରେ ବିଧାନସଭାରେ ଉତ୍ତର ରଖିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଘୋଷଣା
ନଭେମ୍ବର ୨୭: ଯଦୁପୁରରେ ପହଞ୍ଚି କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅନୁସନ୍ଧାନ ଆରମ୍ଭ
ଡିସେମ୍ବର ୧: ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ମୁଖ୍ୟ ଅରୁଣ ବୋଥ୍ରା ଯଦୁପୁର ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ
ଡିସେମ୍ବର ୨: ସନ୍ଦିଗ୍ଧ ଛାତ୍ରର ରକ୍ତ, ଲାଳ ଆଦି ପରୀକ୍ଷା
ଡିସେମ୍ବର ୯: ନୟାଗଡ଼ SP,ଜିଲ୍ଲାପାଳ ଭିସି ଜରିଆରେ 'ଏନ୍ସିପିସିଅ ପିସିଆର'ରେ ହାଜର
ଡିସେମ୍ବର ୧୦: ସଦର ଥାନା ଆଇଆଇସି ରୀନାରାଣୀ ସାହୁ ନିଲମ୍ବିତ, ଏସ୍ଡିପିଓ ନିରଞ୍ଜନ ପାଢ଼ୀଙ୍କ ବଦଳି
ଡିସେମ୍ବର ୧୬: ଏସ୍ଆଇଟି ହାଇକୋର୍ଟରେ କେସ୍ର ଷ୍ଟାଟସ୍ ରିପୋର୍ଟ ଦାଖଲ କଲା
ଡିସେମ୍ବର ୧୯: ସନ୍ଦିଗ୍ଧ ଛାତ୍ର ଓ ତା'ର ମା, ଭଉଣୀକୁ ସକାଳୁ ଉଠାଇ ନେଲା SIT,ରାତିରେ ସନ୍ଦିଗ୍ଧ ଛାତ୍ରଙ୍କ ମା-ଭଉଣୀଙ୍କୁ ଗାଁରେ ଛାଡ଼ିଲା ଏସ୍ଆଇଟି
ଡିସେମ୍ବର ୨୦: ସନ୍ଦିଗ୍ଧ ଛାତ୍ର ସେହି ଗାଁ ର ସରୋଜ ସେଠୀ ଗିରଫ












Click it and Unblock the Notifications