ଅମ୍ରିତ କହିଲେ ଅପହରଣର ଲୋମ ଟାଙ୍କୁରା କାହାଣୀ...
କେମିତି ଅପହରଣ ହେଲେ ଅମ୍ରିତ ପାତ୍ର ? କିଏ ତାଙ୍କୁ କରିଥିଲା ଅପହରଣ ଅପହରଣକାରୀ ମାନେ ତାଙ୍କୁ କେଉଁଠି ରଖିଥିଲେ ? ଅପହରଣର ସେଦିନର ଲୋମ ଟାଙ୍କୁରା କାହାଣୀ କହିଛନ୍ତି ନୟାଗଡ଼ ଉଦ୍ଧାର ଛାତ୍ର ଅମ୍ରିତ ପାତ୍ର ।
ଭୁବନେଶ୍ୱର: କେମିତି ଅପହରଣ ହେଲେ ଅମ୍ରିତ ପାତ୍ର ? କିଏ ତାଙ୍କୁ କରିଥିଲା ଅପହରଣ ଅପହରଣକାରୀ ମାନେ ତାଙ୍କୁ କେଉଁଠି ରଖିଥିଲେ ? ଅପହରଣର ସେଦିନର ଲୋମ ଟାଙ୍କୁରା କାହାଣୀ କହିଛନ୍ତି ନୟାଗଡ଼ ଉଦ୍ଧାର ଛାତ୍ର ଅମ୍ରିତ ପାତ୍ର ।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗାଁର ଅମ୍ରିତ ପାତ୍ର। ଗତ ୧୫ ତାରିଖ ସନ୍ଧ୍ୟା ବେଳେ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଅମୃତଙ୍କ କହିବା ଅନୁସାରେ ସଞ୍ଜ ନଇଁ ଆସୁଥିଲା। ଟ୍ୟୁସନରୁ ସାଇକେଲରେ ତରତର ହୋଇ ଘରକୁ ଫେରୁଥିଲେ। ରାସ୍ତାରେ ଦୁର୍ବୃତ୍ତମାନେ ତାଙ୍କୁ ଆଗକୁ ଯିବା ପାଇଁ ବାଟ ଛାଡ଼ି ନଥିଲେ। ପରେ ତାଙ୍କୁ ଧରି ପକାଇ ଥିଲେ। ପାଟି କରିବାରୁ ତା' ପାଟି ବନ୍ଦ କରି ଦେଇଥିଲେ। ତା'ପରେ ତାଙ୍କୁ ଗାଡ଼ି ଭିତରେ ପୂରାଇ ଦେଇଥିଲେ। ପ୍ରଥମେ ତାଙ୍କୁ ଗୋଦାମ ଭାଇ ଗ୍ୟାରେଜକୁ ନେଇଯାଇ ଥିଲେ। ସେଠାରେ ତାଙ୍କୁ ୨ରୁ ୩ ଘଣ୍ଟା ରଖିଥିଲେ। ପରେ ତାଙ୍କୁ କୁରାଳ ପଣ୍ଡିତ ସାହିକୁ ନେଇ ଯାଇଥିଲେ। ତାଙ୍କୁ ଜଣେ ଜଗୁଥିଲେ ବୋଲି ଅମ୍ରିତ କହିଛନ୍ତି।
ଅମ୍ରିତ କହିଛନ୍ତି, ବାଡ଼ାବାଡ଼ି କରୁ ନ ଥିଲେ। ଖାଇବାକୁ ବିସ୍କୁଟ ଓ ପକୁଡି ଦେଉଥିଲେ। ଚିଲେଇଲେ ତଣ୍ଟିକାଟି ଦେବେ ବୋଲି ଧମକ ଦେଇଥିଲେ। ତେଣୁ ଭୟରେ ଚୁପ୍ ରହିଥିଲେ। ଦୁର୍ବୃତ୍ତମାନେ ମୁଖା ପିନ୍ଧିଥିଲେ ମଧ୍ୟ ଗାଁ ଲୋକ ବୋଲି ଜାଣି ପାରିଥିଲି ବୋଲି ଅମୃତ କହିଛନ୍ତି।
ସେପଟେ ପ୍ରେସମିଟ କରି କିଡନାପର ଖୁଲାସା କରିଛନ୍ତି ନୟାଗଡ଼ ଏସପି । ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଟଙ୍କା ଲୋଭରେ ନାବାଳକୁ ଅପହରଣ କରିଥିଲା ମୁଖ୍ଯ ଅଭିଯୁକ୍ତ ସ୍ବପ୍ନ ପ୍ରସାଦ ପଣ୍ଡା । ଏଥିପାଇଁ ତାକୁ ସହଯୋଗ କରିଥିଲେ ତାର ଭାଇ ଭକ୍ତ ଦର୍ଶନ ଏବଂ ସାଙ୍ଗ ସୁନୀଲ ପାଣିଗ୍ରାହୀ ।
ପୋଲିସ ଓ ଗ୍ରାମବାସୀ ତତ୍ପର ହେବାରୁ ଅମ୍ରିତକୁ ବାହାରକୁ ନେଇପାରିନଥିଲେ ଅପହରଣକାରୀ । ୪ଦିନ ତାକୁ ହାତଗୋଡ ବାନ୍ଧି ଘରେ ରଖିଥିଲେ । ଦୁଇଭାଇ ତାକୁ ସବୁ ସମୟରେ ଜଗି ରହୁଥିଲେ । ଶେଷରେ ଯୋଜନାରେ ବିଫଳ ହେବାରୁ ୧୭ତାରିଖ ରାତିରେ ତାକୁ ସେହି ଘରେ ଛାଡିଦେଇ ଚାଲିଯାଇଥିଲେ । ଅଭିଯୁକ୍ତଙ୍କୁ ନେଇ ପୋଲିସ କ୍ରାଇମସିନ ରିକ୍ରିଏସନ କରିଛି । ଘରୁ ଅମ୍ରିତର ଜ୍ୟାକେଟ୍ , ଛୁରି , ଅମ୍ରିତକୁ ବନ୍ଧା ଯାଇଥିବା ରଶି ଏବଂ କୁଅରୁ ଅମ୍ରିତର ବ୍ୟାଗ୍ ଜବତ କରାଯାଇଛି ।












Click it and Unblock the Notifications